EnewsOdia.Com

୭୭ ବର୍ଷରେ ପାଦ ଥାପିଲେ ବଲିଉଡ୍ ବିଗ୍ ବି

୭୭ ବର୍ଷରେ ବିଗ୍ ବି । ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୭ ତମ ଜନ୍ମଦିନ । ହିନ୍ଦୀ ସିନେମା ଜଗତର ସେହେନ୍ସା ଓ ବିଗ୍ ବି ନାମରେ ପ୍ରସିଦ୍ଦ, ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ । ଯାହାଙ୍କୁ ହିନ୍ଦି ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା କରାଯାଏ । ବଲିଉଡର ଏହି ସେହେନ୍ସା ୭୭ ବର୍ଷରେ ପାଦ ରଖିଛନ୍ତି । ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋସିଆଲ୍ ମିଡିଆରେ ଅମିତାଭ ଟ୍ରେଣ୍ଡ  କରୁଥିବା ବେଳେ ବହୁ ସଂଖ୍ୟାରେ ଫ୍ୟାନ୍ ତାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଛନ୍ତି।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିଆରା ବାଲୁକାଶିଳ୍ପୀରେ ଅଭିନନ୍ଦନ।

ବିଗ୍‌ବିଙ୍କ ୭୭ ତମ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଅମିତାଭଙ୍କ ପ୍ରତିମୂର୍ତ୍ତି ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ। ସେ ଏଥିରେ ଅମିତାଭଙ୍କ ଫିଲ୍ମୀ ଜର୍ଣ୍ଣିକୁ ବାଳୁକାରେ ଦର୍ଶାଛନ୍ତି ସେ। ପାଖାପାଖି ୫ ଟନ୍ ବାଲିରେ ଏହି ବାଳୁକା କଳା ନିର୍ମିତ ହୋଇଛି।

ପଢନ୍ତୁ: ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

ସମ୍ବନ୍ଧିତ ଖବର

ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି

Ratnamani Maharana

ରାଜଧାନୀରେ ବିରଳ ଧଳା ଭାଲୁ ଛୁଆ ଉଦ୍ଧାର

Ratnamani Maharana

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର

Ratnamani Maharana

ଭାରତରେ ନାରୀ ହିଂସାରେ ଆଗୁଆ ଓଡ଼ିଶା

Ratnamani Maharana

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana

ପୁରୁଣା ବଦଳରେ ନୂଆ ଆମ୍ବୁଲାନ୍ସ

Ratnamani Maharana