Loading...

ନୂଆ ମୁଖ୍ୟମନ୍ତ୍ରୀ ଅପେକ୍ଷାରେ କର୍ଣ୍ଣାଟକ, ଆଜି ନାମ ଘୋଷଣା

ନୂଆ ମୁଖ୍ୟମନ୍ତ୍ରୀ ଅପେକ୍ଷାରେ କର୍ଣ୍ଣାଟକ, ଆଜି ନାମ ଘୋଷଣା

କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୩ ଦିନ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଂଗ୍ରେସରେ ଉତ୍ସୁକତା ଜାରି ରହିଛି।

କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୩ ଦିନ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଂଗ୍ରେସରେ ଉତ୍ସୁକତା ଜାରି ରହିଛି। ଦୁଇ ମୁଖ୍ୟମନ୍ତ୍ରୀ ଦାବିଦାର ଡି.କେ. ଶିବକୁମାର ଏବଂ ସିଦ୍ଦାରାମାୟା ମଙ୍ଗଳବାର ସନ୍ଧ୍ୟାରେ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅଲଗା ଅଲଗା ଭେଟି ଆଲୋଚନା କରିଛନ୍ତି। ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନ ଥିବାବେଳେ ସନ୍ତୁଳନ ରକ୍ଷା କରିବାକୁ ଖାର୍ଗେ ଉଦ୍ୟମ ଚଳାଇଛନ୍ତି। ବୁଧବାର ପୁଣିଥରେ ବୈଠକ ଅନୁଷ୍ଠିତ ହେବ।ଓ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ଚର୍ଚା ଜୋର ଧରିଛି। ଚୂଡାନ୍ତ ନିର୍ଣ୍ଣୟ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଠାରୁ ପରାମର୍ଶ ନେବେ ଖଡଗେ ।

ସୂଚନା ଅନୁସାରେ, ଘୋଷଣା କାର୍ଯ୍ୟକ୍ରମ ଦିଲ୍ଲୀରେ ନୁହେଁ ବେଙ୍ଗାଲୁରୁରେ ହିଁ ହେବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି । ତେଣୁ ସୋନିଆ ଓ ରାହୁଲଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ସହ ଖଡଗେ ବେଙ୍ଗାଲୁରୁରେ ପହଞ୍ଚିପାରନ୍ତି । ଦଳୀୟ କାର୍ଯ୍ୟାଳୟରେ ସମସ୍ତ ନିର୍ବାଚିତ ବିଧାୟକଙ୍କ ଉପସ୍ଥିତିରେ ଏହି ଘୋଷଣା ହୋଇପାରେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.