22.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ ୧୧ ତାରିଖରେ ଆର୍ୟନଙ୍କ ଓକିଲ ସତୀଶ ମାନେସିନ୍ଦେ ସ୍ୱତନ୍ତ୍ର NDPC କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ । ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହୋଇଥିଲା । ତେବେ କୋର୍ଟ ବୁଧବାରକୁ ଏହାକୁ ଘୁଞ୍ଚାଇ ଦେଇଥିଲେ । ଏହାସହ ଅରବାଜ ମରଚାଣ୍ଟ୍ ଏବଂ ମୁନମୁନ୍ ଧମେଚାଙ୍କ ବି ଜାମିନ୍ ‌ଆବେଦନର ଶୁଣାଣି ବି ଘୁଞ୍ଚିଥିଲା।

ସେପଟେ NCB ମଧ୍ୟ ଆଜି ନିଜ ଜବାବ ଦାଖଲ କରିବ ବୋଲି ଜଣାପଡିଛି । ଆର୍ୟନଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଆଜି ହେବାର ଅଛି । ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ NCB ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା । କ୍ରୁଜ୍ ଜାହାଜରୁ ଆର୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଗିରଫ କରିଥିଲା । ଆର୍ୟନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗ ହୋଇଛି । ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡିଥିଲେ । କୋର୍ଟ ଆର୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ବର୍ତ୍ତମାନ ଆର୍ୟନ୍ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି ।

ପଢନ୍ତୁ: ଆଜି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଭବାନୀପାଟଣାରେ ୧୪୪ ଧାରା ଜାରି

Related posts

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

Ratnamani Maharana

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Ratnamani Maharana

ରାଜ୍ୟରେ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା, ଆହୁରି ବଢିବ ଶୀତ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More