CULTURES

ଅାଜି ଶ୍ରୀଜିଉଙ୍କ ବନକଲାଗି,୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ଅନୁଷ୍ଠିତ ହେବ। ଏଥିପାଇଁ ୪ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୪ଟାରୁ ୮ଟା ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଦତ୍ତମହାପାତ୍ର ସେବକମାନେ ଆଜି ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ରଥଯାତ୍ରା ଶେଷ କରି ନୀଳାଦ୍ରିବିଜେ ପରେ ରତ୍ନ ସିଂହାସନରେ ବିରାଜିତ ଶ୍ରୀଜୀଉଙ୍କ ଏହା ପ୍ରଥମ ବନକଲାଗି ହେବ।

ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ୯ଟା ୩୦ ସୁଦ୍ଧା ଶ୍ରୀଜିଉଙ୍କ ପହଡ଼ ନୀତି ସଂପନ୍ନ ହୋଇଥିଲା। ଗତକାଲି ରାତି ୧୦ଟା ୩୦ ସୁଦ୍ଧା ପହଡ଼ ହୋଇଥିଲା। ରଥଯାତ୍ରା ପରେ ଶ୍ରୀଜିଉଙ୍କ ସଅଳ ନୀତି ଏକ ଶୁଭ ସଂକେତ ବୋଲି ଭକ୍ତମାନେ ମତ ଦେଇଥିବାବେଳେ ଆଉ କିଛି କହିଛନ୍ତି ଯେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ତାଗିଦ ଯୋଗୁଁ ଏଭଳି ସଅଳ ନୀତି ସଂପନ୍ନ ହୋଇ ପାରିଛି।

ପଢନ୍ତୁ; ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ,୮୫ ଆହତ

Related posts

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ENO Beuro

ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ!

ENO Beuro

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More