News

ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

bank

ବିଭିନ୍ନ ପ୍ରକାର ଦାବି ନେଇ ଆଜି ଦେଶବ୍ୟାପୀ ଆଉ ଏକ ବ୍ୟାଙ୍କ ଧର୍ମଘଟ ହୋଇଛି। ଏହି ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ ଭଳି କେତୋଟି ଘରୋଇ ବ୍ୟାଙ୍କ ଆଜିର ଧର୍ମଘଟରେ ସାମିଲ ହେବେ ନାହିଁ ବୋଲି କୁହାଯାଉଛି ।

bank

ଏହି ଧର୍ମଘଟ ଯୋଗୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି। ଏହାଦ୍ୱାରା ସାଧାରଣ ଲୋକେ ଅସୁବିଧାରେ ପଡୁଛନ୍ତି। ପୂର୍ବରୁ ବିଭିନ୍ନ ଦାବୀ ନେଇ ଦେଶର ୩ଲକ୍ଷ ୨୦ ହଜାରରୁ ଅଧିକ ଅଫିସର ଧର୍ମଘଟ କରିଥିବାବେଳେ ଏବେ ଏଥିରେ ୯ ୟୁନିୟନ୍‌ ସାମିଲ ହୋଇଥିବା ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନର ମିଡ଼ିଆ ପ୍ରବକ୍ତା ଅନୀଲ ତିଓ୍ବାରୀ ସୂଚନା ଦେଇଛନ୍ତି। ବ୍ୟାଙ୍କ ଧର୍ମଘଟ ଯୋଗୁ ଅଧାରୁ ଅଧିକ ଏଟିଏମ୍‌ରେ ଟଙ୍କା ନ ଥିବାରୁ ସାଧାରଣ ଲୋକ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି। ଆଗକୁ ନୂଆବର୍ଷ ଥିବାବେଳେ ଏବେ ଲୋକଙ୍କ ପାଖରେ ଟଙ୍କାର ଅଭାବ ଦେଖାଦେଇଛି।

ଏହା ପୂର୍ବରୁ ଗତ ୨୧ ତାରିଖରେ ଏହି ଦୁଇଟି ଦାବି ନେଇ ଅଲ୍ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡେରେସନ୍‌ର ପକ୍ଷରୁ ଦିନିକିଆ ଧର୍ମଘଟ କରାଯାଇଥିଲା।

ପଢନ୍ତୁ; ଡବଲ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ କ୍ରିମିନାଲ ବାବୁ ନାଇକର ମୃତ୍ୟୁ

Related posts

ବ୍ରହ୍ମପୁରରୁ କଟକ ମେମୁ ଟ୍ରେନ୍‌ ଗଡ଼ିଲା

ENO Beuro

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ENO Beuro

ଫନି’ ବିପନ୍ନଙ୍କୁ ୧୦ ଲକ୍ଷ ଲିଟର କିରୋସିନୀ ସହାୟତା କରିବ ପେଟ୍ରୋଲିୟମ ମନ୍ତ୍ରାଳୟ

Ratnamani Moharana

Leave a Comment