News

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ପୁରିଲା ୭୦ ବର୍ଷ!

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଆଜିର ଦିନରେ ଗଠିତ ରାଜଧାନୀ ଭୁବନେଶ୍ୱରକୁ ଆଜି ୭୦ ବର୍ଷ ପୂରିଛି। ଚଳିତ ବର୍ଷ ଏହି ପ୍ରତିଷ୍ଠା ଦିବସ ୩ ଦିନ ବ୍ୟାପି ପାଳନ କରାଯିବ। ରାଜଧାନୀ ଦିବସ ଅବସରରେ ଗୁରୁତ୍ୱପୂର୍ଣ୍ଣ କୋଠଘର ଗୁଡ଼ିକ ଆଲୋକମାଳା ସଜା ଯାଇଛି । ଫଟୋ ପ୍ରଦର୍ଶନୀ, ପରେଡ ଅଭିବାଦନ ଓ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସମାଜର ବିକାଶ କାମରେ ଉଲ୍ଲେଖ ଯୋଗଦାନ ରଖିଥିବା ୨୫ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ।

୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମହାନଗରି ଭାବେ ଗଢି ତୋଳିବାର ନକ୍ସା ପ୍ରସ୍ତୁତ କରାଯାଇଥିଲା।

ଜର୍ମାନୀର ସ୍ଥାପତି ଓ ପ୍ଲାନର ଅଟୋକଏନ୍ସ ବର୍ଗର ଏହି ନକ୍ସା ପ୍ରସ୍ତୁତ କରିଥିଲେ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରଙ୍କ ଦ୍ୱାରା ନୂଆ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ନକ୍ସା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ପ୍ରଥମ ଦଶବର୍ଷ ମଧ୍ୟରେ ୧୫ ହଜାରରୁ ବଢି ୪୦ହଜାର ଏବଂ ସହରର କ୍ଷେତ୍ରଫଳ ୧୩୨ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା। ୨୦୧୭ ସୁଦ୍ଧା ରାଜଧାନୀର ଜନସଂଖ୍ୟା ୯ଲକ୍ଷ ଟପି ସାରିଥିଲା। ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ନକ୍ସା ପୂରାପୂରି ବଦଳି ଯାଇଛି। ପ୍ରତି ମୂହୁର୍ତ୍ତରେ ବଦଳୁଥିବା ରାଜଧାନୀ ଏହାରି ଭିତରେ ସ୍ମାର୍ଟସିଟିରେ ଏକ ନମ୍ବର ମାନ୍ୟତା ମଧ୍ୟ ପାଇ ସାରିଛି। ସହରରେ ପୁଞ୍ଜି ନିବେଶ ପାଇଁ ବି ବହୁ ନାମିଦାମୀ କମ୍ପାନୀଙ୍କ ସୁଅ ଛୁଟୁଛି।

ଅତୀତରେ ମନ୍ଦିର ମାଳିନୀ ସହରର ପରିଚୟ ଦେଇଥିବା ଭୁବନେଶ୍ୱର ଦେଶର ୧ନମ୍ବର ସ୍ମାର୍ଟ ସିଟି ହୋଇ ପାରିଛି । ଜର୍ମାନୀର ଆର୍କିଟେକ୍ଟ ଓଟୋ କୋନିଗଙ୍କ ସବର୍ଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନକ୍ସା ସ୍ମାର୍ଟ ସିଟି ଡିଜାଇନରେ ପୂରା ବଦଳି ସାରିଛି। ସ୍ମାର୍ଟ ସିଟି ଯୋଜନାରେ ଭୁବନେଶ୍ୱରର କଳେବର କରାଯାଉଛି । ଚାରିଆଡେ ବିକାଶମୂଳକ ପ୍ରକଳ୍ପ ନିର୍ମାଣାଧିନ ଅବସ୍ଥାରେ ଅଛି । ରାସ୍ତାଘାଟଠାରୁ ଆରମ୍ଭ କରି ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ଜୀବନଶୈଳୀ ଠାରୁ ଆରମ୍ଭ କରି କ୍ରୀଡ଼ା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯୋଜନା ହୋଇଛି । ବିଶ୍ୱର ଏକ ସ୍ୱତନ୍ତ୍ର ସହର ଭାବରେ ଭୁବନେଶ୍ୱରକୁ ଗଢ଼ିବାକୁ ଉଦ୍ୟମ କରାଯାଉଛି ।

ଏତତ୍ ବ୍ୟତୀତ ଭୁବନେଶ୍ୱରକୁ ପୂର୍ବ ଭାରତର ଶିକ୍ଷା, କ୍ରୀଡ଼ା, ଆଇଟି, ଐତିହ୍ୟ ଓ ପୁଞ୍ଜିନିବେଶର ହବରେ ପରିଣତ କରାଯିବାକୁ ଉଦ୍ଦେଶ୍ୟ ରଖାଯାଇଛି। ଏହି ଆଧାରରେ ବାପୁଜୀନଗରରେ ଗୋଟିଏ ଛାତ ତଳେ ଅନେକ ସୁବିଧା, ମାଳି ସାହିରେ ନିର୍ମାଣ ଶ୍ରମିକଙ୍କ ପାଇଁ ଭଡ଼ା ଘର, ଜନପଥରେ ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ କାର୍ଯ୍ୟାଳୟ, ରାଜମହଲରେ ୪୫୨ଟି କାର ପାର୍କିଂ ବ୍ୟବସ୍ଥା ଆଦି ପାଇଁ ବ୍ୟବସ୍ଥା କରାଯାଉଛି।

ପଢନ୍ତୁ;ଇମରାନ ଖାନଙ୍କୁ ଭଗବାନ ଶିବଙ୍କ ରୂପରେ ଚିତ୍ରଣ କଲେ ବିରୋଧୀ ଦଳ!

Related posts

ଖାରବେଳ ସ୍ୱାଇଁଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ENO Beuro

ଆରାମକୋ ଉପରେ ଆକ୍ରମଣର ପ୍ରଭାବରେ ବଢ଼ିଲା ଅଶୋଧିତ ତେଲ ଦର

Ratnamani Moharana

ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ମୁଖ୍ୟ ନିର୍ବାଚନ କମିସନରଙ୍କ ନା

ENO Beuro

1 comment

Leave a Comment