ଆଜି ଭାରତ ବନ୍ଦ ! ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ଆଜି ଭାରତ ବନ୍ଦ

ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ କେତେକ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ହିଂସାକୁ ଏଡାଇବା ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭାରତ ବନ୍ଦ ଡାକରା ପାଇଁ କେଉଁ ରାଜନୈତିକ ଦଳ କିମ୍ବା ସଂଗଠନ ଆହ୍ଵାନ ଦେଇଛି ସେ ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇନାହିଁ। ସୋସିଆଲ୍‌ ମିଡିଆ ମାଧ୍ୟମରେ କିଛି ଗୋଷ୍ଠୀ ଏହି ବନ୍ଦ ଡାକରା ଦେଇଥିବା ଦେଖିବାକୁ ମିଳିଛି।

ଏହି ଘଟଣାର ସତ୍ୟାସତ୍ୟ ଜାଣିବା ନେଇ ଏନବିଟି ଏବଂ ପୋଲିସ ମିଳିତ ଭାବେ ବିଭିନ୍ନ ସଙ୍ଗଠନ ସହ କଥାବାର୍ତା ଚଲାଇଛନ୍ତି । ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସପୂର୍ଣ୍ଣ ଭାବେ ମିଛ ବୋଲି ଦର୍ଶାଯାଇଛି। ଅନ୍ୟପକ୍ଷରେ ଟ୍ୱିଟରଠୁ ଆରମ୍ଭ କରି ଫେସବୁକ ପର୍ୟ୍ୟନ୍ତ ଏପରି ପୋଷ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ।

ସର୍ବ ବ୍ରାହ୍ମଣ ସମାଜର ସଦସ୍ୟ ବି କେ ଶର୍ମା କହିଛନ୍ତି କି ତାଙ୍କ ସଂଗଠନ ଏହିପରି କୌଣସି ବନ୍ଦରେ ସାମିଲ ନାହିଁ । ସେହିପରି କ୍ଷତ୍ରୀୟ ରାଜପୁତ ସମାଜ ପକ୍ଷରୁ ଏପ୍ରକାର ମିଛ ଖବର ଭାଇରାଲ କରିବା ଉପରେ ରୋକ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରୁପ ଆଡମିନଙ୍କୁ ଏଥିନିମନ୍ତେ ସଚେତନ ରହିବା ସହ ଚେତାବନୀ ଦିଆଯାଇଛି।

ପଢନ୍ତୁ; ମୋଟାପଣକୁ ଦୂର କରିଥାଏ ଦହିଭାତ! ଜାଣନ୍ତୁ ଦହିଭାତ ଖାଇବା ଦ୍ଵାରା କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ।

ଏହି ଘଟଣାର ସତ୍ୟାସତ୍ୟ ଜାଣିବା ନେଇ ଏନବିଟି ଏବଂ ପୋଲିସ ମିଳିତ ଭାବେ ବିଭିନ୍ନ ସଙ୍ଗଠନ ସହ କଥାବାର୍ତା ଚଲାଇଛନ୍ତି । - 8.8

88%

ସର୍ବ ବ୍ରାହ୍ମଣ ସମାଜର ସଦସ୍ୟ ବି କେ ଶର୍ମା କହିଛନ୍ତି କି ତାଙ୍କ ସଂଗଠନ ଏହିପରି କୌଣସି ବନ୍ଦରେ ସାମିଲ ନାହିଁ । - 8.6

86%
8.7/10

Very Good!

ଆଜି ଭାରତ ବନ୍ଦ ! ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ କେତେକ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ହିଂସାକୁ ଏଡାଇବା ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭାରତ ବନ୍ଦ ଡାକରା ପାଇଁ କେଉଁ ରାଜନୈତିକ ଦଳ କିମ୍ବା ସଂଗଠନ ଆହ୍ଵାନ ଦେଇଛି ସେ ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇନାହିଁ।

No Votes Yet

You're not rated yet