News

ଭାରତ ବନ୍ଦ: ପଞ୍ଜାବ, ବିହାର, ଓଡ଼ିଶାରେ ରେଳସେବା ଠପ୍‌

ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତି ସୁରକ୍ଷା ଆଇନ୍‌ରେ ପରିବର୍ତ୍ତନ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ବିରୋଧରେ ପ୍ରତିବାଦ ଜଣାଇବାପୂର୍ବକ ଆଜି ଦେଶବ୍ୟାପୀ ଦଳିତ ସଙ୍ଗଠନଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଛନ୍ତି।

ଏହାଦ୍ୱାରା ପଞ୍ଜାବ, ବିହାର ତଥା ଓଡ଼ିଶା ଆଦି ଅନେକ ରାଜ୍ୟରେ ରେଳସେବା ଠପ୍‌ ହୋଇଛି।

ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ତଥା ବିହାରରେ ଅନେକ ଅଞ୍ଚଳରେ ପରିସ୍ଥିତି ଅଣାୟତ ହୋଇଛି। ବିରୋଧୀ ଦଳଗୁଡ଼ିକ ଦଳିତ ସଂଗଠନ ଦ୍ୱାରା କରାଯାଉଥିବା ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗ୍ରାରେ ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇଛନ୍ତି।

ମଧ୍ୟ ପ୍ରଦେଶର ଭିଣ୍ଡ, ମୁରୈନା ଓ ଗ୍ଵାଲିୟରରେ ମଧ୍ୟ ଆନ୍ଦୋଳନ ହିଂସାର ରୂପ ନେଇଛି। ପ୍ରଦର୍ଶନକାରୀ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି। ମୁରୈନାରେ କର୍ଫ୍ୟୁ ଲାଗୁ କରାଯାଇଛି। ମଧ୍ୟ ପ୍ରଦେଶରର ଗ୍ଵାଲିୟରରେ ୨ ଓ ମୁରୈନାରେ ୨ ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି ଯେ ତାଙ୍କ ସରକାର ଏସସି-ଏସଟି ଆକ୍ଟକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପଢନ୍ତୁ; ଇସ୍ରୋ ମିଶନକୁ ଆଉ ଏକ ଧକ୍କା: ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

Related posts

ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

ENO Beuro

ବାବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

ENO Beuro

1 comment

Leave a Comment