Celebs News

ଆଜି ୪୭ ବର୍ଷରେ ପାଦ ଥାପିଲେ କ୍ରିକେଟ୍ ଜଗତର ପ୍ରତିିଭାବାନ୍ ଖେଳାଳୀ ସୌରଭ ଗାଙ୍ଗୁଲୀ

Untitled 1

ଟିମ୍ ଇଣ୍ଡିଆରେ “ଦାଦା” ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ୍ ଖେଳାଳୀ ସୌରଭ ଗାଙ୍ଗୁଲୀଙ୍କ ଆଜି ହେଉଛି ୪୭ ତମ ଜନ୍ମବାର୍ଷିକୀ । ଗାଙ୍ଗୁଲୀଙ୍କୁ ଭାରତର କ୍ରିକେଟ୍ ଜଗତରେ ସବୁଠାରୁ ପ୍ରତିଭାବାନ୍ ଅଧିନାୟକ ରୁପେ ସ୍ଥାନ ମିଳିଛି ଯିଏ ନିଜ ଟିମକୁ ଏକଜୁଟ୍ ହୋଇ ଖେଳିବାକୁ ପ୍ରେରଣା ଦେଲେ । ଗାଙ୍ଗୁଲୀଙ୍କ କ୍ୟାପଟେନ୍ସିରେ ଅନେକ ପ୍ରତିିଭାବାନ୍ ଖେଳାଳୀଙ୍କ ଭାଗ୍ୟ ଫିଟିଥିଲା । ‘ଗଡ୍ ଅଫ୍ କ୍ରିକେଟ୍’ ର ପରିଚୟ ସୃଷ୍ଟି କରିଥିବା ଖେଳାଳୀ ସଚ୍ଚିନ ତେନ୍ଦୁଲକର୍   ସୌରଭଙ୍କ ଟିମ୍ କୁ ଆସିବା ପୂର୍ବରୁ ହିଁ ନାଁ କମାଇସାରିଥିଲେ । କିନ୍ତୁ ଗାଙ୍ଗୁଲିଙ୍କ କ୍ୟାପଟେନ୍ସିରେ ସେ ଅନେକ ରେକର୍ଡ ନିଜ ନାଁରେ କରିପାରିଥିଲେ ।

Indian Nets Session

Draw 1415117504

ବିରେନ୍ଦ୍ର ସେହୱାଗ୍ ତଥା “ବିରୁ ପାଜି” ଗାଙ୍ଗୁଲୀଙ୍କ କ୍ୟାପଟେନ୍ସିରେ ନିଜ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ । ପ୍ରଥମେ ନମ୍ବର ୬ ରେ ସେ ବ୍ୟାଟିଙ୍ଗ୍ କରିବାକୁ ଆସୁଥିଲେ । କିନ୍ତୁ ପରେ ପରେ ତାଙ୍କୁ ଓପନର ମଉକା ମଧ୍ୟ ଦିଆଗଲା । ୱାନଡେରେ ସେତେ ଚିତ୍ତାକର୍ଷକ ଖେଳି ନ ପାରିଥିଲେ ମଧ୍ୟ ଟେଷ୍ଟ୍ ରେ ସେ ଉନ୍ନତ ଖେଳି କ୍ରିକେଟପ୍ରେମୀଙ୍କ ପ୍ରିୟ ହୋଇପାରିଥିଲେ ।୪୯ ଟେଷ୍ଟରେ ୭୩.୩୧ ଓଭରରେ ୪୯୧୨ ରନ୍ କରିଥିଲେ ଏବଂ ୧୩୩ ୱାନଡେରେ ୪୨୨୩ ରନ୍ କରିଥିଲେ ।

ପଢନ୍ତୁ: ବିଜୟ ପରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ କ୍ଷମା ମାଗିଲେ ବିରାଟ

Related posts

“Mera Yeh Jahan” A New Musical Video To Star Poonam Mishra

ENO Beuro

Sheetal Patro Is Very Excited For Her Upcoming Movie Suna PIla Tike Screw Dhila

ENO Beuro

ଗ୍ରୀନ ଚିଲ୍ଲିଜ ଡାଇରେକ୍ଟରଙ୍କ ସହ ଟେଲି ଧାରାବାହିକ ଅଭିନେତ୍ରୀ ଶୈଳଜା ରାଓ ଙ୍କ ନିର୍ବନ୍ଧ

ENO Beuro

Leave a Comment