Loading...

ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ

ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ

ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ ।

ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେଣୁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଖଚାଖଚ୍‌ ଭିଡ। ନିଜ ମନ ପସନ୍ଦର ଆମିଷ ଦ୍ରବ୍ୟ କିଣି ଘରକୁ ନେଉଛନ୍ତି ଲୋକେ।

 

ଦୋକାନୀ ମଧ୍ୟ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଭଳିକି ଭଳି ମାଛ, ଚିଙ୍ଗୁଡି, କଙ୍କଡ଼ା ରଖିଛନ୍ତି। ମଟନ୍‌, ଚିକେନ୍‌ ଓ ଅଣ୍ଡାର ମଧ୍ୟ ଚାହିଦା ଅଧିକ ରହିଛି। ଆଉ ବେଶ୍‌ ଦୁଇପଇସା ରୋଜଗାର କରିଥାନ୍ତି ବେପାରୀ । କଟକ ସାଲେପୁର ସହରରେ ରହୁଥିବା ଆମିଷ ବ୍ୟବସାୟୀମାନେ ଛାଡ଼ଖଇ ପାଇଁ ବେଶ୍‌ ଉତ୍ସାହିତ ଥିବାବେଳେ ଅଧିକ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.