CULTURES

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

chitalagi

ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା। ଏହାକୁ ଚିତଉ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କର ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଥାଏ। ଶ୍ରୀଜିଉମାନଙ୍କର ମସ୍ତକରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା, ବଡ଼ଠାକୁର ବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଲଗାଯିବାର ପରମ୍ପରା ରହିଛି । ପ୍ରଥମ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କୁ ଏହି ଚିତାଲାଗି କରାଯିବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ଣ ଗୋଟାଏରୁ ୫ଟା ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀ ଜଗନ୍ନାଥଙ୍କ ସହ ଓଡ଼ିଆଙ୍କ ଚଳଣି ଅଙ୍ଗାଙ୍ଗୀ ଭାବେ ଜଡିତ ଥିବାରୁ ଏହି ପର୍ବଟିକୁ କୃଷି ସହ ମଧ୍ୟ ଯୋଡ଼ି ଦିଆଯାଇଛି। ମହାପ୍ରଭୁଙ୍କ ଚିତାର ଆକୃତି ଭଳି ଗୋଲାକାର ଚିତଉ ପିଠାକୁ କୃଷିକ୍ଷେତ୍ରରେ ପ୍ରସାଦ ଭାବେ ଲାଗି କରାଯାଇଥାଏ। ଚାଉଳ ଚୁନାରେ ପ୍ରସ୍ତୁତ ଏହି ପିଠାକୁ “ଗେଣ୍ଡୁଆଶୁଣି”(ଶାସ୍ତ୍ରରେ ଥିବା ନାମକରଣ)ଙ୍କୁ ସମର୍ପଣ କରାଯାଇଥାଏ।

chitalagi

କୃଷି କ୍ଷେତ୍ରରେ ବର୍ଷା ସମୟରେ ଗେଣ୍ଡା, କୋଚିଆଗୁଡିକ ପଙ୍କରେ ବିଚରଣ କରୁଥାନ୍ତି। କୃଷି କ୍ଷେତ୍ରକୁ ଯିବାବେଳେ କାଳେ କାହାକୁ ଏମାନେ କ୍ଷତି ପହଞ୍ଚାଇବେ, ତେଣୁ ମହାପ୍ରଭୁଙ୍କ ଚିତା ସ୍ୱରୂପ ଏହି ପିଠାକୁ ସମର୍ପଣ କରି କୃଷି କାର୍ଯ୍ୟ ସମୟରେ ବାଧା ନ ଦେବାକୁ ସେମାନଙ୍କୁ ପ୍ରାର୍ଥନା କରାଯାଇଥାଏ।

ମହାପ୍ରଭୁଙ୍କ ଚିତା ଓ ଚିତଉ ପିଠାର ଆକୃତି ଦୃଷ୍ଟିରୁ ସମାନତା ରହୁଥିବାରୁ ଏହି ପର୍ବର ମହତ୍ୱ ଉଭୟ କୃଷି ଓ ଧର୍ମ ଦୃଷ୍ଟିକୋଣରୁ ଓଡ଼ିଆଙ୍କ ପାଇଁ ବେଶ୍‌ ମହତ୍ୱପୂର୍ଣ୍ଣ।

ପଢନ୍ତୁ; ଦ୍ୱିତୀୟ ଟେଷ୍ଟ: ଭାରତ ୧୦୭ରନରେ ଅଲଆଊଟ,ଆଣ୍ଡରସନ୍‌ଙ୍କୁ ୫ ୱିକେଟ

Related posts

ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ

ENO Beuro

ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ!

ENO Beuro

ଶେଷ ହେଲା ଦଶହରା,ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

ENO Beuro

Leave a Comment