CULTURES

ଆଜି ପବିତ୍ର ବଡଦିନ,ଉତ୍ସବ ମୁଖରିତ ଭୁବନେଶ୍ୱର ଚର୍ଚ୍ଚ

xmas

ଆଜି ପବିତ୍ର ବଡଦିନ । ଏହି ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣକୁ ସ୍ମରଣ କରାଯାଇଥାଏ । ଏଥିପାଇଁ ଚାରିଆଡେ ଖୁସିର ମାହୋଲ । ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଚର୍ଚ୍ଚଗୁଡିକୁ ସୁନ୍ଦର ଭାବରେ ସଜାଇ ଦିଆଯାଇଥିବା ଦେଖିବାକୁ ମିଳିଛି । ସମୂହ ପ୍ରାର୍ଥନା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭି଼ଡ଼ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପରସ୍ପର ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି । ଘରେ ଘରେ ଉତ୍ସବର ମାହୋଲ । ପ୍ରସ୍ତୁତ ହୋଇଛି ପିଠାପଣା ଓ ନାନା କେକ । ବଡ଼ ଦିନରେ ନାନା କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି ।

xmas

କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଟକୁଛି ପ୍ରାର୍ଥନା ଗୃହ। ଖ୍ରୀଷ୍ଟମାସ୍‌ ଟ୍ରି ସଜାଇ କ୍ୟାରୋଲ ଗାନ କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଯୀଶୁଙ୍କ ସୁସଜ୍ଜିତ ଜନ୍ମସ୍ଥଳିରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ

ପଢନ୍ତୁ;  ସରିଫଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ 

Related posts

ଆଜି ପବିତ୍ର ବିଶ୍ୱକର୍ମା ପୂଜା,ସାରା ରାଜ୍ୟ ଉତ୍ସବମୁଖର

ENO Beuro

ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ପାଇଁ ଜୋରସର ପ୍ରସ୍ତୁତି ପର୍ବ, ରଙ୍ଗବେରଙ୍ଗ ଡଙ୍ଗାରେ ଝଲସୁଛି ବଜାର

ENO Beuro

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ENO Beuro

Leave a Comment