POLITICALS

ଆଜି କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ,କେକ୍‌ କାଟିଲେ ରାହୁଲ-ମନମୋହନ

congress

ଆଜି କଂଗ୍ରେସ ପ୍ରତିଷ୍ଠା ଦିବସ। ୧୮୮୫ ମସିହା ଡିସେମ୍ବର ୨୮,ଏହି ଦିନରେ ଜନ୍ମ ନେଇଥିଲା ଦେଶର ସବୁଠୁ ପୁରୁଣା ପାର୍ଟି ଭାରତୀୟ ଜାତୀୟ କଂଗ୍ରେସ । ୧୩୪ ବର୍ଷରେ ପଦାର୍ପଣ କଲା କଂଗ୍ରେସ ଦଳ । ୧୩୩ ତମ ପ୍ରତିଷ୍ଠା ଦିବସକୁ ଦଳ ପକ୍ଷରୁ ସମଗ୍ର ଦେଶରେ ବଡ଼ ଧୁମଧାମରେ ପାଳନ କରାଯାଉଛି ।

congress

୧୮୮୫ରେ ଦାଦାଭାଇ ନାରୋଜୀ, ଏ.ଓ. ହ୍ୟୁମ୍‌ ଏବଂ ଦିନଶା ବାଚାଙ୍କ ପ୍ରୟାସରେ କଂଗ୍ରେସ ଦଳର ପ୍ରତିଷ୍ଠା କରାଯାଇଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ କଂଗ୍ରେସ ବୃହତ ରାଜନୈତିକ ଦଳ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା।

ଅନ୍ୟପଟେ, ରାଜ୍ୟ କଂଗ୍ରେସ ଭବନରେ ପାଳିତ ହୋଇଛି ଦଳର ୧୩୪ ତମ ପ୍ରତିଷ୍ଠା ଦିବସ। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ; ଆଜି ହିଁ ଘରେ ତିଆରି କରନ୍ତୁ ‘ମଟନ୍‌ ହାଲିମ୍’

Related posts

ବିଜେପିର ଦଳୀୟ କର୍ମକର୍ତ୍ତାଙ୍କୁ ଅନୁରୋଧ: ଅଫିସ ଆସନି, ଭିଡ କରନି

Ratnamani Moharana

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ENO Beuro

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ENO Beuro

Leave a Comment