News

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

R

ଓଡ଼ିଶା​​‌ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ଦ୍ବାରା ପରିଚାଳିତ ଚଳିତ ବର୍ଷର +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଆଜି(ଶୁକ୍ରବାର) ପ୍ରକାଶ ପାଇବ । ଶୁକ୍ରବାର ଅପରାହ୍ଣ ସାଢ଼େ ୩ଟାରେ ଜୟଦେବ ଭବନସ୍ଥିତ ଗୀତଗୋବିନ୍ଦ ପ୍ରେକ୍ଷାଳୟରେ ପରୀକ୍ଷା ଫଳ ଘୋଷଣା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଏହାପରେ ଛାତ୍ରଛାତ୍ରୀମାନେ www.chseodisha.nic.inwww.orissaresults.nic.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ।

ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮୩, ବାଣିଜ୍ୟରେ ୨୭ହଜାର ୨୭୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୮ ହଜାର ୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଗତବର୍ଷ କଳାରେ ପାସ୍ ହାର ୬୮.୭୯ ପ୍ରତିଶତ ଥିଲା। ସେହିପରି ବାଣିଜ୍ୟରେ ୭୪.୯୧ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୧ ପ୍ରତିଶତ ପାସ୍ ହାର ଥିଲା।

ପଢନ୍ତୁ: ମୌସୁମୀ ଆଗମନରେ ଓଡିଶାରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା

Related posts

ଓ୍ଵାଲମାର୍ଟ ହାତରେ ଫ୍ଲିପ୍‌କାର୍ଟ: ୭୭% ଅଂଶଧନକୁ ୧.୦୭ ଲକ୍ଷ କୋଟିରେ କିଣିଲା

ENO Beuro

ଅଯୋଧ୍ୟାର ବିବାଦୀୟ ମାମଲାର ଶୁଣାଣି : କହିଲେ ଏହା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ

ENO Beuro

ରାଫେଲର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଚୋରି

ENO Beuro

Leave a Comment