୩୩ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ

dp

ଚଳିତବର୍ଷ ଏସିଆର ସବୁଠୁ ସେକ୍ସିଏଷ୍ଟ ମହିଳାର ଟ୍ୟାଗ୍‌ ପାଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କ ଆଜି ୩୩ତମ ଜନ୍ମ ଦିନ। ନିକଟରେ ରଣବୀର ସିଂଙ୍କୁ ବିବାହ କରିଛନ୍ତି ଦୀପିକା ପାଦୁକୋଣ। ଏବେ ଦୀପିକା ରଣବୀର ସିଂଙ୍କ ସହ ବିଦେଶରେ ହନୀମୁନ ମନାଉଛନ୍ତି।

ଜନ୍ମଦିନରେ ତାଙ୍କ ନିକଟରୁ ପ୍ରଶଂସକଙ୍କ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି। ତେବେ ଏହି ସୁନ୍ଦରୀ ନିଜ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ କିଛି କହିବାକୁ ଚାହୁଛନ୍ତି। ଏ ନେଇ ସେ ତାଙ୍କ ଇଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି। ତେବେ ତାହା କ’ଣ ଜାଣିବା ପାଇଁ ପ୍ରଶଂସକଙ୍କ ମନରେ ପ୍ରଶ୍ନ।

dip

ଦୀପିକାଙ୍କୁ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଛପାକ’ରେ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏଥିରେ ଅଭିନେତା ବିକ୍ରାନ୍ତ ମସ୍ତିଙ୍କୁ ଦୀପିକାଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଫିଲ୍ମରେ ଦୀପିକା ପ୍ରଯୋଜନାର ଭାର ମଧ୍ୟ ସମ୍ଭାଳିଛନ୍ତି। ସେ ଏହି ଫିଲ୍ମରେ ୧୨ କୋଟି ଟଙ୍କା ଇନ୍‌ଭେଷ୍ଟ କରିଛନ୍ତି। ୨୦୦୫ରେ ଜଣେ ବ୍ୟକ୍ତି ଲକ୍ଷ୍ମୀଙ୍କ ଉପରେ ଏସିଡ୍‌ମାଡ଼ କରିଥିଲେ। ଫଳରେ ଲକ୍ଷ୍ମୀଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡିଯାଇଛି। ସେ ମାତ୍ର ୧୦ମ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ବ୍ୟୁଟି ପାର୍ଲର କାମ ମଧ୍ୟ ତାଙ୍କୁ ଜଣା। ମାତ୍ର ମୁହଁ ପୋଡିଯାଇଥିବାରୁ ତାଙ୍କୁ କେଉଁଠାରେ କାମ ମିଳୁ ନାହିଁ। ଏହା ଉପରେ ହିଁ ଫିଲ୍ମର କାହାଣୀ ଆଧାରିତ। ଦୀପିକାଙ୍କୁ ଲକ୍ଷ୍ମୀ ଚରିତ୍ରରେ ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ୨୦୦୭ରେ ଶାହରୁଖ ଖାନ୍‌ଙ୍କ ସହ ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ସେ ବିଗତ ଏଗାର ବର୍ଷ ଭିତରେ ବେଶ୍ କେତୋଟି ହିଟ୍ ସିନେମା ଦେଇ ଚର୍ଚ୍ଚାରେ ରହିଛନ୍ତି। କେତେକ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାର ପରିଧିକୁ ମଧ୍ୟ ଆସିଛନ୍ତି।

ପଢନ୍ତୁ; ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More