CULTURES VASTU

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

dhan

ଆଜି ହେଉଛି ଧନ୍‌ତେରସ । ବିଶ୍ୱାସ ରହିଛି ଏହି ଦିନ ସୁନା କିମ୍ବା ରୂପା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ଖାସ ଏଥିପାଇଁ ସୁନା ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଛି । କେବଳ ସୁନା ରୂପା କିଣିବା ପାଇଁ ନୁହେଁ । ଆଜି ଦିନ ତମାମ ସୁନା ରୂପା ସହ ପୂଜା ସାମଗ୍ରୀ କିଣିବା ପାଇଁ ଅସ୍ଥାୟୀ ପୂଜା ସାମଗ୍ରୀ ଦୋକାନ ରେ ମଧ୍ୟ ଲାଗିଥିଲା ଲୋକଙ୍କ ଭିଡ ।

dhan

କିଛି ଲୋକ ଗହଣା, କିଛି ଲୋକ ସୁନାର ମୁଦ୍ରା କିଣିଥାନ୍ତି। ଆଉ କିଛି ଲୋକ ସୁନାରେ ତିଆରି ଲକ୍ଷ୍ମୀ ଗଣେଶଙ୍କ ବିସ୍କେଟ୍ କିଣିଥାନ୍ତି। ସେପଟେ ଏଥର ଧନ୍‌ତେରସ୍‌ ପାଇଁ ଗ୍ରାହକଙ୍କ ମନକୁ ଛୁଇଁବା ଭଳି ନୂଆ ନୂଆଡିଜାଇନ୍‌ର ଗହଣା ବଜାରକୁ ଆସିଛି। ଏହାସହ ଧନ୍‌ତେରସ୍‌ରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଦୋକାନୀଙ୍କ ମଧ୍ୟରେ ଅଫର ଆଉ ଡିସ୍‌କାଉଣ୍ଟ୍‌ର ପ୍ରତିଯୋଗିତା ଦେଖିବାକୁ ମିଳିଛି। ଲକି ଡ୍ର’ର ବ୍ୟବସ୍ଥା ସହ ମେକିଂ ଚାର୍ଜରେ ଡିସ୍‌କାଉଣ୍ଟ୍‌ କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି ଦୋକାନୀ।

ଧନ୍‌ତେରସ୍‌ ରେ ମା ଲକ୍ଷ୍ମୀଙ୍କ ସହ ଗଣେଷ ଏବଂ କୁବେରଙ୍କ ପୂଜା କରାଯାଇଥାଏ । କେବଳ ସୁନା ଦୋକାନ ନୁହେଁ । ସହର ର ବିଭିନ୍ନ ବଜାର ବିଶେଷ କରି ନୟାସଡକ ଅଞ୍ଚଳ ରେ ପୂଜା ସାମଗ୍ରୀ କଣିବା ପାଇଁ ବେଶ୍‌ ଭିଡ ଦେଖିବାକୁ ମିଳିଥିଲା ।ଲୋକେ ବିଶେଷ କରି ମହିଳାମାନେ ଧନ୍‌ତେରସ୍‌ ପୂଜା ପାଇଁ ଘରକୁ ସଫାସୁତରା କରିବା ସହ ପୂଜା ପାଇଁ ଆବଶ୍ୟକ ସାମଗ୍ରୀକୁମଧ୍ୟ ଦୋକାନ ରୁ କିଣି ନେଇଛନ୍ତି ।ତେବେ ମହିଳାମାନେ ଏହି ପୂଜାକୁ ଘରେ ବେଶ୍‌ନିଷ୍ଠା ସହକା ରେ ପାଳନ କରିବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ।

ପଢନ୍ତୁ; ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

Related posts

ବାସ୍ତୁ ଅନୁଯାଇ ରୋଷେଇ ଘରକୁ ସଜାନ୍ତୁ: ଘରେ ସୁଖଶାନ୍ତି ଲାଗି ରହିବ

Ratnamani Moharana

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହନୁମାନଙ୍କ ଫୋଟ ରଖିଲେ, କରନ୍ତୁ ନାହିଁ ଏହି ସବୁ ଭୁଲ !

ENO Beuro

ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ?

ENO Beuro

Leave a Comment