CULTURES

ଆଜି ଆଲୋକର ପର୍ବ ଦୀପାବଳି,ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ

ଆଜି ଆଲୋକର ପର୍ବ ଦୀପାବଳି। ସମଗ୍ର ଭାରତ ଉତ୍ସବମୁଖର । ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ମଧ୍ୟରେ ଉତ୍ସାହ ସହ ଘରେ ଘରେ ମହିଳାମାନେ ରଙ୍ଗୋଲି କରିଥିବା ଦେଖିବାକୁ ମିଳିଛି। ଏଥିସହ ଦୀପ ଓ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ କରି ଦୀପାବଳିର ଖୁସି ମନାଉଛନ୍ତି।

dip

ଏହି ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ଜୟ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ । ପୁରୁଷୋତ୍ତମଙ୍କ ଆଗମନ ପାଇଁ ଅଯୋଧ୍ୟାବାସୀ ଦୀପଜାଳି ସ୍ୱାଗତ କରିଥିଲେ । ସେଥିପାଇଁ ଏହି ଦିନରେ ଦୀପ ଜାଳି ଯାଇ ଦୀପାବଳି ପାଳନ କରାଯାଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି ।

ହିନ୍ଦୁ ପରଂପରାରେ ଆଜି ଦିନର ଅନେକ ମହତ୍ତ୍ୱ ରହିଛି । ଆଜି କାଉଁରିଆ କାଠି ଜାଳି ହିନ୍ଦୁ ମାନେ ବଡବଡୁଆ ଡାକିଥାନ୍ତି । ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ସିଂହଦ୍ୱାର ସାମ୍ନାରେ କାଉଁରିଆ କାଠି ଜାଳି ବଡବଡୁଆ ଡାକିବାର ପରମ୍ପରା ରହିଛି । ଏଥିପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ବାଇଶି ପାହାଚରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି ।

ପଢନ୍ତୁ; ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ମିଳିବ ଶୁଭଫଳ

Related posts

ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ENO Beuro

ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଘଂଟ

ENO Beuro

ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More