CULTURES

ଆଜି ଦୋଳ ପୂର୍ଣ୍ଣିମା ,ସୁନାବେଶ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ଆଜି ଫଗୁଣର ପର୍ବ ଦୋଳ ପୂର୍ଣ୍ଣିମା

ଭାରତର ବିଭିନ୍ନ ପ୍ରାନ୍ତରେ ଦୋଳ ପୂର୍ଣ୍ଣିମା ପର୍ବ ସମାରୋହରେ ପାଳିତ ହୋଇଆସୁଛି। ଫାଲଗୁନ୍ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ଶ୍ରୀରାଧା ଓ କୃଷ୍ଣଙ୍କ ନିକଟ‌ରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ। ଆଜି ମହାପ୍ରଭୁଙ୍କ ଅଗ୍ନିଉତ୍ସବ ସରିଛି । ଏହାକୁ ମେଣ୍ଢା ପୋଡ଼ି ନୀତି କୁହାଯାଏ ।ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଦା ମୂର୍ତ୍ତିଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ।

ବିଜୟା ଦଶମୀ ଆଷାଢ ଶୁକ୍ଲପକ୍ଷ ବାହୁଡ଼ା ଯାତ୍ରା ପରଦିନ, କାର୍ତ୍ତିକ ପୂର୍ଣ୍ଣିମା ପରି ଦୋଳପୂର୍ଣ୍ଣିମା (ଫାଲଗୁନ ପୂର୍ଣ୍ଣିମା) ତିଥିରେ ବଡ଼ ଠାକୁର ସୁନାବେଶରେ ସଜାଇ ହୋଇଥାନ୍ତି । ସୁନାବେଶ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଓ ଆବେଗକୁ ଦେଖି ହୋଇଥାଏ । ସାଜ ଶୃଙ୍ଗାରକୁ ଭଲ ପାଉଥିବା ଓଡ଼ିଆ ଜନମାନସର ପ୍ରିୟ ଠାକୁରଙ୍କୁ ଦର୍ଶନ ପାଇଁ ବଡ଼ ଦେଉଳ ଲୋକାରଣ୍ୟ ହୋଇଥାଏ।

ଗୃହିଣୀମାନେ ଫଗୁ, ଚଣା, ଶାକର , କଦଳୀ ଠାକୁରଙ୍କ ଉଦ୍ଦେଶ୍ୟରେ ଭୋଗ ବାଢନ୍ତି । ନୂଆ ଆମ୍ବ ଠାକୁରଙ୍କୁ ଅର୍ପଣ ହୁଏ । ଆଜିର ଦିନରେ ପଶ୍ଚିମ ଓଡ଼ିଶାରେ ଗୁଁଡି ଖାଇ ନାମରେ ଏହି ପର୍ବ ପାଳନ ହୋଇଥାଏ । ଦୋଳ ମେଳନ, ହୋଲିକା ଦହନ, ନାମ ସଂକୀର୍ତ୍ତନ ରେ ପଶ୍ଚିମ ଓଡ଼ିଶାର ଗାଁ ଗଣ୍ଡା ମୁଖରିତ ହୁଏ । ଗୁଁ ଡ଼ି ଖାଇରେ ନୂଆ ଆମ୍ବ ଓ ତିଆସି ଚଣା ସହ ପଲାସ ଫୁଲ ମଧ୍ୟ ଉତ୍ସର୍ଗ ହୋଇଥାଏ । ଘରେ ଘରେ ଖିରି, ପିଠା ପଣା ହୋଇଥାଏ। କେତେକ ସ୍ଥାନରେ ପୂର୍ଣ୍ଣମୀର ପାଂଚଦିନ ପରେ ପଂଚୁଦୋଳ ଯାତ୍ରା ପାଳିତ ହୁଏ । ଏହା ମଧ୍ୟ ଗୋ-ମାତାଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ।

ପଢନ୍ତୁ;ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ

Related posts

ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ENO Beuro

ଆଜି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ

ENO Beuro

1 comment

Leave a Comment