EnewsOdia.Com

ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ।  ଡୋଲାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ଭାରତ ଆସୁଛନ୍ତି। ଡୋଲାଲ୍ଡ ଟ୍ରମ୍ପଙ୍କର ଭାରତରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଅହମ୍ମଦାବାଦ,ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ସ୍ୱାଗତ ଲାଗି ଶେଷ ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରସ୍ତୁତ ଅହମ୍ମଦାବାଦ୍ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ। ବିମାନବନ୍ଦରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ଅତି ସୁନ୍ଦର ଭାବେ ସଜା ଯାଇଛି। ସେହିପରି ଗଦା ଗଦା ଫୁଲରେ ସଜେଇ ହୋଇଛି ସାବରମତି ଆଶ୍ରମ। ଭାରତ ପାଇଁ ଉଡ଼ାଣ ଭରିବା ପୂର୍ବରୁ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ବନ୍ଧୁ’ ସମ୍ବୋଧନ କରିବା ସହ ଭାରତ ଗସ୍ତ ବାବଦରେ ସୂଚନା ଦେଇଥିଲେ। ଟ୍ରମ୍ପ କହିଛନ୍ତି, ସେ ବହୁତ ଦିନ ତଳେ ଭାରତ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଚନା ଅନୁଯାୟୀ, ସେ ସୋମବାର ୧୧.୪୦ରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ୧୨.୧୫ରେ ସାବରମତୀ ଆଶ୍ରମ ଯିବେ। ୧.୦୫ ବେଳକୁ ମୋଟେରା ଷ୍ଟାଡିଅମ୍‌ରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ରହିଥିବାବେଳେ ୩.୩୦ ବେଳକୁ ଆଗ୍ରା ପାଇଁ ଉଡ଼ାଣ ଭରିବେ। ଏହାପରେ ସେଠାରେ ୫.୧୫ ବେଳକୁ ତାଜ ମହଲ ଭ୍ରମଣ କରି ୬.୪୫ରେ ଦିଲ୍ଲୀ ଯିବେ ଏବଂ ୭.୩୦ରେ ଦିଲ୍ଲୀ ପହଞ୍ଚିବେ। ମଙ୍ଗଳବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ରହିଛି। ୧୦.୩୦ରେ ଟ୍ରମ୍ପ ରାଜଘାଟଠାରେ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ୧୧.୦୦ରେ ହାଇଦ୍ରାବାଦ ହାଉସ୍‌ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ରହିଛି। ହାଇଦ୍ରାବାଦ୍‌ଠାରେ ହିଁ ଚୁକ୍ତି ସ୍ୱାକ୍ଷର ଏବଂ ଗଣମାଧ୍ୟମକୁ ବିବୃତ୍ତି ଆଦି କାର୍ଯ୍ୟକ୍ରମ ରହିଛି। ଏହାପରେ ଟ୍ରମ୍ପ ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ କରି ରାତି ୧୦ଟାରେ ଆମେରିକା ଫେରିଯିବେ।

ପଢନ୍ତୁ: ଏବେ ଦକ୍ଷୀଣ କୋରିଆରେ କାୟା ମେଲାଉଛି କରୋନା

 

ସମ୍ବନ୍ଧିତ ଖବର

ଡେରିରେ ହେଲେ ବି ଫେରିଛି ଶୀତ, ଖସୁଛି ପାରଦ

Ratnamani Maharana

ଉତ୍ତର ଭାରତ ଘନ କୁହୁଡ଼ି ଯୋଗୁଁ, ବିଳମ୍ବ ହେବ ଟ୍ରେନ୍‌

Ratnamani Maharana

ଅଚଳ ବିମାନକୁ ନେଇ ଯାଉଥିବା ସମୟରେ ଫ୍ଲାଏ ଓଭର ତଳେ ଫଶିଲା ଟ୍ରକ

Ratnamani Maharana

ଆଧାର କାର୍ଡ ନଥିଲେ ପାଠ ପଢ଼ିବା ମନା !

Ratnamani Maharana

ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

Ratnamani Maharana

୬ ହଜାର ଶହେ ଟଙ୍କାର ଫାଇନ ଗଣିଲେ ପ୍ରିୟଙ୍କା ଗାନ୍ଧି

Ratnamani Maharana