CULTURES

ଶେଷ ହେଲା ଦଶହରା,ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

durga

ଶେଷ ହେଲା ମା ଦୂର୍ଗାପୂଜା। ଏବେ ମେଲାଣିର ବେଳା। ମାଆ ଦୁର୍ଗାଙ୍କ ଆଜି ଭଷାଣ ଉତ୍ସବ। ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ରାଜଧାନୀରେ ୩ଟି ସ୍ଥାନରେ ଭସାଣ ଉତ୍ସବ ପାଳନ ହେବ । ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରେ ପାଳନ ହେବ ଭସାଣ ଉତ୍ସବା ସୁରକ୍ଷାକୁ ଆଖି ଆଗରେ ରଖି ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

durga

ପୂଜାର ଶେଷ ଦିନରେ ଲୋକେ ବିଭିନ୍ନ ମେଢ ବୁଲି ଦେଖିବା ସହ ରାବଣ ପୋଡି ଦେଖିବାର ମଜା ନେଇଛନ୍ତି । ରାବଣ ପୋଡି ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ରାବଣର ପ୍ରତିକୃତିରେ ବାଣ ଖଂଜା ହୋଇଥିଲା । ଅଗ୍ନି ସଂଯୋଗ କରିବା ମାତ୍ରେ ଆତସବାଜୀରେ ରଙ୍ଗୀନ ହୋଇପଡିଥିଲା ଆକାଶ । ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା।

ଭୁବନେଶ୍ୱରରେ ସ୍ଥାନୀୟ କୂଆଖାଇ ନଦୀ ପଠାରେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି। ଆଜି ଅପରାହ୍ଣରୁ ହିଁ ସହରରେ ମାଆଙ୍କ ଭସାଣ ଆରମ୍ଭ ହୋଇଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଆଙ୍କ ମେଲାଣି ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ସହ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ପଢନ୍ତୁ;ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ

Related posts

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି

ENO Beuro

ଆଜି ପବିତ୍ର ମାଘସପ୍ତମୀ ,ବୁଡ ଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ENO Beuro

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା,ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ

ENO Beuro

Leave a Comment