News

ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର! ରାତିରେ ଅଧଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍‌ ପ୍ରବାହ

ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର

ଓ୍ଵାର୍ଲଡ ଓ୍ଵାଇଡ୍‌ ଫର୍‌ ନେଚର ବା ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି। ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଅନାବଶ୍ୟକ ବିଦ୍ୟୁତ୍‌ ପ୍ରବାହ ବନ୍ଦ ରଖିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଦ୍ୟୁତ୍‍ ବଣ୍ଟନକାରୀ ସଂସ୍ଥା ସେସୁ ଓ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହାକୁ ପାଳନ କରିବା ପାଇଁ ବିଦ୍ୟୁତ୍‍ ଉପଭୋକ୍ତାଙ୍କୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ ଯେ ଆମେ ବ୍ୟବହାର କରୁଥିବା ବିଦ୍ୟୁତ୍‍ ଶକ୍ତିର ୭୭ପ୍ରତିଶତ ତାପଜ ଏବଂ ପ୍ରତି ତାପଜ ଶକ୍ତି କେନ୍ଦ୍ରରୁ ଉତ୍ପାଦିତ ଗୋଟିଏ ୟୁନିଟ ବିଦ୍ୟୁତ୍‍ ପାଇଁ ପ୍ରାୟ ୬୦୦ଗ୍ରାମ କୋଇଲା ଦହନ ହେଉଛି। ଏହା ଦ୍ୱାରା ୦.୭୯କିଲୋଗ୍ରାମ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ମିଶୁଛି। ଏହି ହିସାବରେ ସମଗ୍ର ପୂର୍ବ ଭାରତରେ ଘଣ୍ଟାକୁ ୧ମେଗାୱାଟ୍‍ ବିଦ୍ୟୁତ୍‍ ଉତ୍ପାଦନ ଦ୍ୱାରା ୧.୦୯ଟନ୍‍ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଆର୍ଥ ଆୱାର ପାଳନ ଦ୍ୱାରା ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ହୋଇପାରିବ।

୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡ୍‌ନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍‌ ବନ୍ଦ ରଖି ଏହାକୁ ପାଳନ କରିଥିଲେ। ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି। ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା। ଗତବର୍ଷ ଦିଲ୍ଲୀରେ ଆର୍ଥ ଆଓ୍ଵାର ସମୟରେ ୪ଶହରୁ ଅଧିକ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଜନସାଧାରଣ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଘଣ୍ଟାଏ ଲାଇଟ୍‌ ବନ୍ଦ ରଖିଥିଲେ। ଏଥିରେ ୨୯୦ ମେଗାଓ୍ଵାଟର ବିଦ୍ୟୁତ ବଞ୍ଚିଥିବା ଜଣାପଡ଼ିଥିଲା।

୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି। ଚଳିତବର୍ଷ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ସାମିଲ ହେବାକୁ ନିବେଦନ କରିଛି ରାଜ୍ୟ ଉପଭୋକ୍ତା ମହାସଂଘ।

ପଢନ୍ତୁ; ସକାଳୁ ଖାଲି ପେଟରେ ଖାଆନ୍ତୁ ଗୁଡ, ଦୂରହେବ ଅନେକ ଶାରୀରିକ ସମସ୍ୟା!

Related posts

ପ୍ରିୟା ପ୍ରକାଶଙ୍କ ଠାଣିରେ ଆଖି ମାରି ଚର୍ଚ୍ଚାରେ ରାହୁଲ ଗାନ୍ଧୀ

ENO Beuro

ଗ୍ରୀସ୍ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ,୭୪ ମୃତ

ENO Beuro

ଓଲଟିଲା ୧୦୨, ମୃତ ସନ୍ତାନ ଜନ୍ମ କଲେ ପ୍ରସୂତି

ENO Beuro

1 comment

Leave a Comment