POLITICALS

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର

ପ୍ରଥମ ପର୍ଯ୍ୟାୟ  ପ୍ରଚାର ସରିବାକୁ ୧୨ ଘଣ୍ଟାରୁ କମ୍‌ ସମୟ । ସାଧାରଣ ତଥା ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି। ୧୧ତାରିଖରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମତଦାନ ହେବ । ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

ଖରା ତାତିକୁ ଖାତିର ନକରି ଷ୍ଟାର କ୍ୟାମ୍ପେନର, ସମର୍ଥକଙ୍କ ଗହଣରେ କ୍ୟାମ୍ପେନକୁ ଜୋରଦାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ  । ହାତରେ ମାତ୍ର କିଛି ଘଣ୍ଟା ଥିବାରୁ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ । ସଭା, ଶୋଭାଯାତ୍ରା, ରୋଡ୍‌ ସୋ’ ଓ କର୍ମୀ ସମ୍ମିଳନୀରେ କମ୍ପୁଛି ଗାଁ ଗଣ୍ଡା, ସହର ବଜାର ଗଳିକନ୍ଦି ଓ ରାସ୍ତାଘାଟ । ଘର ଘର ବୁଲି ପ୍ରାର୍ଥୀ ଦେଉଛନ୍ତି ପ୍ରତିଶୃତି 
ପଢନ୍ତୁ: ଆଜି ପୁରୀରେ ରୋଡ୍ ଶୋ’ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Related posts

ଓଡିଶାରେ ବିକାଶ ଚାହୁଁଥିଲେ ପଦ୍ମ ଫୁଟାଅ ବୋଲି କହିଲେ ମୋଦି

Ratnamani Moharana

ପଶ୍ଚିମବଙ୍ଗ ରାୟଗଞ୍ଜରେ ମତଦାନ ସମୟରେ ନିର୍ବାଚନୀ ହିଂସା

Ratnamani Moharana

ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା: ୧୦ଟି ସିଟରୁ ବିଜେପି ହାତେଇ ନେଇଛି ୯ଟି ସିଟ୍

ENO Beuro

2 comments

Leave a Comment