News

ଜନ୍ମବେଦୀରେ ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା, କାଲି ବାହୁଡା

Recipe

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦୀରେ ଏହା ଶେଷ ଦର୍ଶନ। ପ୍ରତିବର୍ଷ ସଂଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ବାଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ବାହାରିବେ। ସଂଧ୍ୟା ଦର୍ଶନକୁ ରାତି ୭ଟା ଭିତରେ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ  ନିଷ୍ପତ୍ତି ନେଇଛି। ସଂଧ୍ୟା ଦର୍ଶନ ପରଦିନ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଥିବାରୁ ଏହାର ପ୍ରସ୍ତୁତି ପାଇଁ ଆସନ୍ତାକାଲି ରାତି ୭ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଏହା ପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ।

ପାଞ୍ଜିରେ ମହାପ୍ରଭୁଙ୍କ ନବଯାତ୍ରାର ଅଷ୍ଟମୀ ଓ ନବମୀ ଦୁଇଦିନ ସଂଧ୍ୟା ଦର୍ଶନ ପଡ଼ୁଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସଂଧ୍ୟା ଦର୍ଶନରୁ ମିଳିଥାଏ ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ସଂଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

Baricade Dei Mahaprabhunka Darshan Pain Jauchhanti Bhakta
Baricade Dei Mahaprabhunka Darshan Pain Jauchhanti Bhakta

ପଢନ୍ତୁ: ରଥରେ ଶୟନ ମୁଦ୍ରାରେ ସେବାୟତ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

Related posts

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌ ଖାନ

ENO Beuro

ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା

ENO Beuro

ନ୍ୟୁୟର୍କ ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ, ୧୦ ଗୁରୁତର

ENO Beuro

Leave a Comment