EnewsOdia.Com

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

ପ୍ରଥମ ଥର ଲାଗି ପ୍ରାଥମିକ ବିଦ୍ୟାଳୟ ପରୀକ୍ଷାରେ ରାଜ୍ୟ ସରକାର ସଂସ୍କାର ଆଣି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ଷାଣ୍ମାସିକ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୮ଟି ଶ୍ରେଣୀର ୪୬ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୩ ଲକ୍ଷ ୬୦ ହଜାର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ତେ‌ବେ ପରୀକ୍ଷା ନ ହେଉଣୁ ବିବାଦ ମୁଣ୍ଡ ଟେକିଛି। ନଭେମ୍ବର ୧ ତଥା ଆସନ୍ତକାଲିଠାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ସବୁଠି ପ୍ରଶ୍ନପତ୍ର ପହଞ୍ଚି ପାରିନାହିଁ।

ସୁନ୍ଦରଗଡ଼, ଅନୁଗୁଳ, ମାଲକାନଗିରି ପରି ଜିଲ୍ଲାର କେତେକ ସ୍କୁଲରେ ଏପର୍ଯ୍ୟନ୍ତ ପ୍ରଶ୍ନପତ୍ର ପହଞ୍ଚି ପାରିନାହିଁ। ଆଉ କିଛି ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଶ୍ନପତ୍ର ପହଞ୍ଚି ନ ଥିବା ଜଣାପଡ଼ିଛି।ଯେଉଁ ବିଦ୍ୟାଳୟରେ ଆବଶ୍ୟକୀୟ ପ୍ରଶ୍ନପତ୍ର ପହଞ୍ଚିପାରିନି ସେଠାରେ ପ୍ରଶ୍ନପତ୍ରର ଜେରକ୍ସ ଯୋଗାଇ ଦେବାକୁ କୁହାଯାଇଛି। ଏଥିପାଇଁ ହେବାକୁ ଥିବା ଅର୍ଥ ଖର୍ଚ୍ଚକୁ ଭରଣା କରାଯିବ ବୋଲି ଓପେସା ଯୁଗ୍ମ ନିର୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ର ଆଜି ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ନିକଟକୁ ପତ୍ର ଲେଖିଛନ୍ତି।

 

ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷାରେ ଏକକ ପରୀକ୍ଷା ଲୋକଦେଖାଣିଆ ବୋଲି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ) ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ତରବରିଆ ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏକକ ଷାଣ୍ମାସିକ ପରୀକ୍ଷା ବିଫଳ ହେବାକୁ ଯାଉଛି। ବହୁ ସ୍ଥାନରେ ପ୍ରଶ୍ନପତ୍ର ପହଞ୍ଚି ନାହିଁ। ତେଣୁ ଶିକ୍ଷକମାନଙ୍କୁ କଳାପଟାରେ ପ୍ରଶ୍ନପତ୍ର ଲେଖିବାକୁ ପଡ଼ିବ। ଏକକ ପରୀକ୍ଷା ଦ୍ବାରା ସବୁ ପିଲାଙ୍କ ଲାଗି ସମାନ ପ୍ରଶ୍ନପତ୍ର ଆସିବ। ତେବେ ସେହି ଅନୁଯାୟୀ ସବୁ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ସମାନ ପାଠପଢ଼ା ହୋଇନି। ଫଳରେ ପିଲା ପରୀକ୍ଷାରେ ଭଲ କରିପାରିବେ ନାହିଁ। ଏହାଦ୍ବାରା ଶିକ୍ଷକମାନେ ବଦନାମ ହେ‌ବେ। ଏଭଳି ପରିଚାଳନାଗତ ତ୍ରୁଟିକୁ ସୁଧାରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକୀୟ ସଂଖ୍ୟକ ପ୍ରଶ୍ନପତ୍ର ଯୋଗାଇ ଦେବାକୁ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି।

ପଢନ୍ତୁ: କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

ସମ୍ବନ୍ଧିତ ଖବର

ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ

Ratnamani Maharana

ଆର୍‌ଟିଓରେ ୨୨ଟଙ୍କିଆ ଲୁଟ୍‌ !

Ratnamani Maharana

ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

Ratnamani Maharana

ଆସିଲା ବର୍ଷା ପରର ବିକଳ ଚିତ୍ର, ପିପିଲିରେ କୃତ୍ରିମ ବନ୍ୟା

Ratnamani Maharana

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana

ରାଜଧାନୀରେ ଚାଲିଛି ଗୋଟିଏ ନମ୍ବରରେ ଅନେକ ଗାଡି

Ratnamani Maharana