News

ଆଜି ଗାନ୍ଧୀ ଜୟନ୍ତୀ:ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

modi

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ହେଉଛି ୧୧୫ତମ ଜୟନ୍ତୀ । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଏହି ଯୁଗଜନ୍ମା ପୁରୁଷ ଦ୍ୱୟଙ୍କୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, ବିରୋଧୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ରାଜଘାଟସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

modi

ବାପୁଜୀଙ୍କ ଜନ୍ମଦିନ ଅବସରରେ ଦେଶସାରା ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱଚ୍ଛତାର ପୁରସ୍କାର ପ୍ରଦାନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ସାମପନ କରିବେ।

ସେହିଭଳି ମହାରାଷ୍ଟ୍ରର ପୁନେରେ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରେ ଏକ ବିଶାଳ ସ୍ମୁତି ସ୍ଥଳ ଲୋକାର୍ପଣ ହେବ । ଏହି ସ୍ମୁତି ସ୍ଥଳ ବିଶ୍ୱ ଶାନ୍ତି ଓ ମାନବତାର ପ୍ରତୀକ ହେବ । ଏଠରେ ବିଶ୍ୱର ୫୪ ମହାନ ନେତାଙ୍କ କାଂସ୍ୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ଜରିଆରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜାତିର ପିତାଙ୍କୁ ଶତଶତ ନମନ କରିଛନ୍ତି ମୋଦି।

ପଢନ୍ତୁ; ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

Related posts

ସିନେ ଜଗତର ଦାବି ଓଡିଆ ସିନେମା ହେଉ ଜିଏସଟି ମୁକ୍ତ

Ratnamani Moharana

ବାବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

ENO Beuro

ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

ENO Beuro

Leave a Comment