CULTURES

ଆଜି ପବିତ୍ର ହେରା ପଞ୍ଚମୀ,ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ କାଠ ରଥ

ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଉ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥାନ୍ତି। ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ।

ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନ କରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଭାଙ୍ଗିବେ । ବାହୁଡା ଯାଏ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରହିବେ । ଭକ୍ତ ପାଇଲେ ଆଡପ ଅବଢା । ମହାପ୍ରଭୁ ଜନ୍ମବେଦୀରେ ଥିବା ବେଳେ ହଜାର ହଜାର ଭକ୍ତ ଗତକାଲି ଆଡପ ଅବଢା ପାଇଛନ୍ତି । ସେପଟେ ମହାପ୍ରଭୁଙ୍କର ବନକ ଲାଗି ନୀତି ଯୋଗୁଁ ରାତିରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥିଲା । ଏହା ସହ ଆଜି ହେରା ପଂଚମୀ ନୀତି ଅନୁଷ୍ଠିତ ହେବ ।

ଅନ୍ୟପକ୍ଷରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଗୋପନଯାତ୍ରା ଖବର ମହାପ୍ରଭୁ ପାଇବା ପରେ ନିଜେ ସଜେଇ ହେବା ଆରମ୍ଭ କରିଛନ୍ତି। ଗତକାଲି ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଛି। ବିଳମ୍ବିତ ରାତିରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କରିବା ପରେ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ସେବା ବନକଲାଗି ନୀତି ସମ୍ପନ୍ନ କରିଛନ୍ତି।

ଆଜି ପବିତ୍ର ହେରା ପଞ୍ଚମୀ,ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ କାଠ ରଥ ଆଜି ପବିତ୍ର ହେରା ପଞ୍ଚମୀ,ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ କାଠ ରଥ hera panchami

ପଢନ୍ତୁ;ଆଜିଠୁ ସଂସଦର ମୌସୁମୀ ଅଧିବେଶନ:୬୭ ବିଲ୍‌, ୧୯୮ ଘଣ୍ଟାର କାର୍ଯ୍ୟକାଳ

Related posts

‘ଓଁ ନମଃ ଶିବାୟ’ ଉଚ୍ଚାରଣରେ କମ୍ପୁଥିଲା ଏକାମ୍ର କ୍ଷେତ୍ର ! ମଧ୍ୟରାତ୍ରିରେ ଉଠିଲା ମହାଦୀପ

ENO Beuro

ଆଜି ଆଲୋକର ପର୍ବ ଦୀପାବଳି,ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ

ENO Beuro

ଆଜି ପବିତ୍ର ବିଶ୍ୱକର୍ମା ପୂଜା,ସାରା ରାଜ୍ୟ ଉତ୍ସବମୁଖର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More