February 17, 2019

ଜାଣନ୍ତୁ ଆଜିର ରାଶିଫଳ

rasi
  • ମେଷ: ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ଅଫିସରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ।
  • ବୃଷ: ଆଜି ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ସମସ୍ୟାର ସମାଧାନ କରିନେବେ। ବଡ଼ କଂପାନି ସହିତ ସଉଦା ହେବାର ସମ୍ଭାବନା ରହିଛି। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କର ଅଧ୍ୟୟନରେ ମନ ଲାଗିବ।
  • ମିଥୁନ: ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବା‌େର କୌଣସି ଅସୁବିଧା ହେବନାହିଁ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ।
  • କର୍କଟ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଭଲ ଲାଗିବ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି।
  • ସିଂହ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ପରିଶ୍ରମୀ ଲୋକଙ୍କୁ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।
  • କନ୍ୟା: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆଧ୍ୟାତ୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
  • ତୁଳା: ଚାକିରି ବୃତ୍ତିରେ ଲାଗି ରହିଥିବା ବିଶୃଙ୍ଖଳା ହ୍ରାସ ହେବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ।
  • ବିଚ୍ଛା : ଆଜି ଆପଣଙ୍କୁ ସାହିତ୍ୟିକ ପ୍ରବୃତ୍ତି କରିବାକୁ ରୁଚିକର ଲାଗିବ। ବିଦ୍ୟାର୍ଥିମାନଙ୍କପାଇଁ ମଧ୍ୟ ସମୟ ଅନୁକୂଳ ଅଟେ। ଶେୟାର-ସଟ୍ଟାରୁ ଲାଭ ହେବ। ମନୋବଳ ଦୃଢ଼ ଏବଂ ଆତ୍ମବିଶ୍ଵାସ ଭରପୂର ହେବ।
  • ଧନୁ: କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଚଞ୍ଚଳ ସ୍ୱଭାବର ହେବେ। କିଛି ସମୟ ନିରୋଳାରେ କାର୍ଯ୍ୟ କରିପାରନ୍ତି।
  • ମକର: ଆଜି ଆପଣ ଆତ୍ମବିଶ୍ବାସରେ ଭରି ରହିବେ। ଅଫିସ୍‌ କାମ ସହଜରେ ପୂରା ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
  • କୁମ୍ଭ: ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ବନ୍ଧୁଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି।
  • ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଆପଣଙ୍କ ଅଫିସ କାମ ପାଇଁ ଭଲ ଦିନଟିଏ। କର୍ତ୍ତୃପକ୍ଷଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ପଢନ୍ତୁ; ଆଜିଠାରୁ ସଂସଦର ବଜେଟ ଅଧିବେଶନ,ଶୁକ୍ରବାର ବଜେଟ ଉପସ୍ଥାପନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More