SPORTS

ହକି ମହାସମର : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଭେଟ

hockey

ଦୀର୍ଘ ୪ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ । ୧୬ଟି ରାଷ୍ଟ୍ର ଏହି ୧୯ ଦିନିଆ ପ୍ରତିଯୋଗିତାରେ ଟ୍ରଫି ପାଇଁ ଲଢ଼ିବେ। ପୁଲ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ କ୍ରସଓଭର ମ୍ୟାଚ ଖେଳିବେ। ଅନ୍ୟପକ୍ଷେ ପ୍ରତି ପୁଲର ଶେଷ ସ୍ଥାନ ପାଇଥିବା ଦଳମାନଙ୍କର ବିଶ୍ୱକପ୍ ଅଭିଯାନ ସେହିଠାରୁ ହିଁ ଶେଷ ହୋଇଯିବ।

hockey

ଆଜିର ଦକ୍ଷଣ-ଆଫ୍ରିକାକୁ ଭାରତ ମ୍ୟାଚରେ ଭାରତ ଉପରେ ନଜିର ରହିଛି। ହକି ଇତିହାସରେ ସବୁଠାରୁ ସଫଲତମ ଦଳ ଭାବରେ ପରିଗଣିତ ହେଉଥିବା ଭାରତ ୮ ଥର ସ୍ୱର୍ଣ୍ଣ ପଦକ ସହିତ ମୋଟ ୧୧ ଟି ଅଲିମ୍ପିକ ପଦକ ହାସଲ କରିବାରେ ସଫଳ ହୋଇଛି ।

ମାତ୍ର ଦୀର୍ଘ ୪୩ ବର୍ଷ ଧରି ବିଶ୍ୱକପ ପଦକ ବିହୀନ ଅଲିମ୍ପିକ ପଦକଧାରୀ ଭାରତ ଏଥର ବହୁ ଅଭିଜ୍ଞ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଇବ। ଭାରତ ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂ ନିଜ ମାଟିରେ ହେବାକୁ ଥିବା ମ୍ୟାଚକୁ ନେଇ ବେଶ ଉତ୍ସାହିତ ରହିଥିବାବେଳେ କହିଛନ୍ତି ‘ଆମେ କେବଳ ଅଭିଜ୍ଞତାକୁ ଛାଡିଦେଲେ ଅତୀତର ସବୁ ଭଲ ଓ ଖରାପକୁ ଛାଡି ଦେଇଛୁ । ନୂଆ ଦଳ ଏହି ନୂଆ ଆହ୍ୱାନକୁ ସଫଲତାରେ ରୂପାନ୍ତର କରିବାକୁ ଚେଷ୍ଟା କରିବ । ଏଥିପାଇଁ ଦଳ ପ୍ରସ୍ତୁତ ରହିଛି ।’

ପଢନ୍ତୁ;  ଚୀନ୍‌ର ରାସାୟନିକ କାରଖାନାରେ ବିସ୍ଫୋରଣ, ୨୨ ମୃତ

Related posts

ଆଇପିଏଲ୍‌ରୁ ଓହରିଲେ ଷ୍ଟେନ

Ratnamani Moharana

ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ତିନିଜଣ ଓଡିଆ

ENO Beuro

ହକି ବିଶ୍ୱକପ୍‌ ସହ ଯୋଡ଼ି‌ହେଲା ଟାଟା ଷ୍ଟିଲ୍‌

ENO Beuro

Leave a Comment