HOROSCOPES

ଜାଣନ୍ତୁ ଆଜିର ରାଶିଫଳ

By Krishna Kumar Manoj

July 23, 2018

କିପରି କଟିବ ଆଜିର ଦିନ

ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ। ରହସ୍ୟମୟୀ କଥାଗୁଡ଼ିକରେ ଆଜି ଆପଣଙ୍କ ରୁଚି ରହିବ ତଥା ଗୂଢ ବିଦ୍ୟା ପ୍ରତି ଆକର୍ଷଣ ଅଧିକ ରହିବ।

ବୃଷ: ଆଜି ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ସମସ୍ୟାର ସମାଧାନ କରିନେବେ। ବଡ଼ କଂପାନି ସହିତ ସଉଦା ହେବାର ସମ୍ଭାବନା ରହିଛି। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କର ଅଧ୍ୟୟନରେ ମନ ଲାଗିବ।

ମିଥୁନ: ନିଜକାର୍ଯ୍ୟ ପାଇଁ ସମ୍ମାନିତ ହେବେ । କାର୍ଯ୍ୟବିଳମ୍ବିତହୋଇପାରେ । ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । ଚକ୍ଷୁରେ ପୀଡାଉପୁଜି ପାରେ। ରୋକିଥିବା କାମ ସଂପନ୍ନ ହେବ। କ୍ରୋଧର ମାତ୍ରା ଅଧିକ ରହିବ।

କର୍କଟ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ।

ସିଂହ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ପରିଶ୍ରମୀ ଲୋକଙ୍କୁ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା : ଆଜି ଆପଣଙ୍କୁ କୌଣସି ମଧ୍ୟ କାର୍ଯ୍ୟରେ ବିନା ବୁଝି ବିଚାରି ଭାଗ ନେବାକୁ ମନା କରାଯାଉଛି। ସାଥିମାନଙ୍କ ସହିତ ଭଲ ଭାବରେ ସମୟ କଟିବ। ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ହେବେ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ଭେଟ ହେବ। ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ।

ତୁଳା: ବିନା ପରାମର୍ଶ ଓ ସହାୟତାରେ ସ୍ୱାଧୀନ ମନୋଭାବ ନେଇ କାର୍ଯ୍ୟ କରିବା କଷ୍ଟପ୍ରଦ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ।

ବିଚ୍ଛା : ଆଜିର ଦିନ ସାଧାରଣତଃ ବିତିବ। ହୃଦୟ ଏବଂ ମନରେ ପ୍ରସନ୍ନତା ରହିବ ତଥା ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ପରିବାରଜନମାନଙ୍କ ସହିତ ଆନନ୍ଦ-ଉଲ୍ଲାସରେ ସମୟ କଟିବ। ମିତ୍ର ତଥା ସ୍ନେହୀଜନମାନଙ୍କଠାରୁ ଉପହାର ମିଳିବାରେ ମନ ଅତି ପ୍ରସନ୍ନ ହେବ। ପ୍ରିୟଜନମାନଙ୍କ ସହିତ ହୋଇଥିବା ଭେଟ ସଫଳ ରହିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଚଞ୍ଚଳ ସ୍ୱଭାବର ହେବେ। କିଛି ସମୟ ନିରୋଳାରେ କାର୍ଯ୍ୟ କରିପାରନ୍ତି। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ସ୍ନେହଶୀଳ ହେବେ। ସୁଖୀ ହେବେ।

ମକର: ଚିନ୍ତାମୁକ୍ତ ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

କୁମ୍ଭ : ଆଜି ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥତି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ଯାହା କି ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ। କାର୍ଯ୍ୟାଳୟରେ ସହକର୍ମଚାରୀ ମଧ୍ୟ ଆପଣଙ୍କୁ ସହଯୋଗ କରିବେ। ସାମାଜିକରୁପରେ ମାନ-ସମ୍ମାନ ପ୍ରାପ୍ତ ହେବ।

ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଆପଣଙ୍କ ଅଫିସ କାମ ପାଇଁ ଭଲ ଦିନଟିଏ। କର୍ତ୍ତୃପକ୍ଷଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି।

ପଢନ୍ତୁ; ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ