HOROSCOPES

ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଚନ୍ଦ୍ରଙ୍କ ସ୍ଵ-ଚଳନ ହେତୁ କିଛିଟା ଅସ୍ତିରତା କାରଣରୁ କାର୍ଯ୍ୟ ତ୍ରୁଟି କରିପାରନ୍ତି। ଅଫିସରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭଅଙ୍କ-୨ ,ଶୁଭ ରଙ୍ଗ-ଧଳା

ବୃଷ : ବ୍ୟବହାରିକ କାର୍ଯ୍ୟଗୁଡ଼ିକୁ ନିପଟାଇବା ପାଇଁ ଆଜିର ଦିନ ଶୁଭ ଅଟେ। ବୃଦ୍ଧ ଏବଂ ମିତ୍ରମାନଙ୍କ ସହ ସାକ୍ଷାତ କରିବାର ଯୋଗ ଅଛି। ନୂଆ ମିତ୍ର ବନି ପାରନ୍ତି, ଯାହାର ମିତ୍ରତା ଦୀର୍ଘକାଳ ପର୍ଯ୍ୟନ୍ତ ସ୍ଥାୟୀ ରହିବ। ସନ୍ତାନମାନଙ୍କର ପ୍ରଗତି ସମ୍ଭବ ଅଟେ। ପର୍ଯ୍ୟଟନ କିମ୍ବା ଯାତ୍ରା ଯୋଗ ଅଛି। ଶୁଭଅଙ୍କ-୫ ,ଶୁଭ ରଙ୍ଗ-ସବୁଜ

ମିଥୁନ: ଆୟ ଆଶାନୁରୂପ ହେବ। ଯଶ୍ୱସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ଲାଭ କରିବେ। ବ୍ୟବସାୟରୁ ଅଧିକ ଲାଭ ମିଳିବ। ଶୁଭଅଙ୍କ-୬ ,ଶୁଭ ରଙ୍ଗ-ସିଲିଭର

କର୍କଟ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଭଲ ଲାଗିବ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭଅଙ୍କ- ୩ ,ଶୁଭ ରଙ୍ଗ-କ୍ରିମ

ସିଂହ : ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ। ବିଚାର ଉପରେ ନିୟନ୍ତ୍ରଣ ରଖିବେ ତଥା ଅନୈତିକ କାର୍ଯ୍ୟଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ଶ୍ରମ ଅଧିକ ରହିବ। ସେଥିପାଇଁ ଥକିବା ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭ ଯୋଗ ଅଛି। ଶୁଭଅଙ୍କ-୪ ,ଶୁଭ ରଙ୍ଗ- ମେଟାଲିକ

କନ୍ୟା: ଯୋଗାଯୋଗରେ ପ୍ରଗତି ଘଟିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସ୍ନେହ, ଆଦର, ସମ୍ମାନ ମିଳିବ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ପାଇଁ ସତର୍କ ହେବେ। ଶୁଭଅଙ୍କ-୮ ,ଶୁଭ ରଙ୍ଗ-ଆକାଶୀ

ତୁଳା: ସମୟ ଆପଣଙ୍କ ଲାଗି ଅନୁକୂଳ। ସାମାଜିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭଅଙ୍କ-୫ ,ଶୁଭ ରଙ୍ଗ-ସବୁଜ

ବିଚ୍ଛା : ଆଜି ଆପଣଙ୍କୁ ସାହିତ୍ୟିକ ପ୍ରବୃତ୍ତି କରିବାକୁ ରୁଚିକର ଲାଗିବ। ବିଦ୍ୟାର୍ଥିମାନଙ୍କପାଇଁ ମଧ୍ୟ ସମୟ ଅନୁକୂଳ ଅଟେ। ଶେୟାର-ସଟ୍ଟାରୁ ଲାଭ ହେବ। ମନୋବଳ ଦୃଢ଼ ଏବଂ ଆତ୍ମବିଶ୍ଵାସ ଭରପୂର ହେବ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ଶୁଭଅଙ୍କ-୨ ,ଶୁଭ ରଙ୍ଗ- ଧଳା

ଧନୁ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଦାନ-ଧର୍ମ ଭଳି ମହତ୍‍ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ଲାଭଜନକ ହେବ। ଶୁଭଅଙ୍କ-୧ ,ଶୁଭ ରଙ୍ଗ-କଳା

ମକର: ପ୍ରୀତି ଲାଭ କରିବେ। କଳହଠାରୁ ଦୂରେଇ ରହିବେ। ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ଦେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମ କରିପାରନ୍ତି। ଶୁଭଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ଧରି ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ। ଶୁଭଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ: ଭାଗ୍ୟ ଉଜ୍ଜ୍ଵଳ ରହିବ। ରାଜନେତାଙ୍କ ସାହାଯ୍ୟ ପାଇବେ। କୌଣସି ବଡ଼ କାମରୁ ଆଜି ଫାଇଦା ହେବ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ଶୁଭଅଙ୍କ-୭ ,ଶୁଭ ରଙ୍ଗ- କଫି

ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ Astrology

ପଢନ୍ତୁ;ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ

Related posts

୩ ନଭେମ୍ବର , ରାଶିଫଳ

ENO Beuro

୨୦ ଡିସେମ୍ବର ବୁଧବାର , ଜାଣନ୍ତୁ କେମିତି କଟିବ ଆଜିର ଦିନ

ENO Beuro

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More