ଜାଣନ୍ତୁ ଆଜିର ରାଶିଫଳ

କେମିତି କଟିବ ଆଜିର ଦିନଟି ଜାଣନ୍ତୁ ରାଶିଫଳରୁ

ମେଷ :- ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଇଚ୍ଛା ପୂରା କରିବାର ପ୍ର୍ରୟାସ ସଫଳ ହେବ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି । ଶୁଭରଙ୍ଗ – ଲାଲ । ଆରାଧନା – ବାବା ଲିଙ୍ଗରାଜ ।

ବୃଷ :- ତରବରିଆ ଭାବରେ କୌଣସି କାମ ଆରମ୍ଭ ନକରି ସବୁ ଦିଗକୁ ନଜର ରଖି କରନ୍ତୁ। ଚାକିରକ୍ଷେତ୍ରରେ ସହକର୍ମୀଙ୍କ ସହ ଝଗଡା ହୋଇପାରେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ଡୀ ।

ମିଥୁନ :- ପରିବାର ସହଯୋଗରେ ଜରୁରୀ କାମ ପୂରା ହେବ। ରାଜନୀତିରେ ସଫଳତା ପାଇବେ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ :- ଆପଣଙ୍କ କାମର ପ୍ରଶଂସା ହେବ। ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ।  ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ସିଂହ :- ବାକିଥିବା ଅର୍ଥ ମିଳିବ। ପାରିବାରିକ ସୁଖ ଲାଗି ରହିବ। ଶତୃ ମାନଙ୍କ ସହିତ ଝଗଡା ବଢିବ। ସ୍ୱାସ୍ଥ୍ୟ ଅବସ୍ଥାରେ ଉର୍ନ୍ନତି ଦେଖାଦେବ। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

କନ୍ୟା :-  ସମୟ ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ପ୍ରିୟ ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା :- ଆପଣଙ୍କର କୌତୁକିଆ ସ୍ୱଭାବ ଲୋକପ୍ରିୟତା ବୃଦ୍ଧି କରାଇବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବିଦେଶରେ ଶିକ୍ଷା ସମ୍ବନ୍ଧୀୟ ଋଣ ନେବା ଲାଗି ସମୟ ଶୁଭ। ଅଫିସରେ କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ଡକରା ପଡ଼ିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଙ୍ଗଳା।

ବିଛା :- ଆଜି ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଯାତ୍ରା ସୁଖଦ ଓ ଲାଭଦାୟକ ହେବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ଧନୁ :- ଦିନଟି ଆପଣଙ୍କ ଲାଗି ଅନୁକୂଳ। କାମ ଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ମହିଳାମାନେ ଜିନିଷପତ୍ର କିଣିବା ଲାଗି ସହରକୁ ଯିବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ମକର :- ଶତୃମାନେ ପରାସ୍ତ ହେବେ। ପରିଶ୍ରମ ଅନୁସାରେ ଫଳ ମିଳିବ। ଘରେ କଛି ଶୁଭ କାର୍ଯ୍ୟ ଆରମ୍ଭ ହେବ। ଗୁରୁବ୍ରାହ୍ମଣ କିମ୍ବା ଧର୍ମାତ୍ମା ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢିବ।ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଗାୟତ୍ରୀ।

କୁମ୍ଭ :- ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ପରିବାରରେ ବଡ଼ଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବେ। ଜୀବନରେ ସ୍ଥିରତା ଆସିବ। ଛୋଟ କାରବାରରେ ବି ଯଥେଷ୍ଟ ଲାଭ ମିଳିପାରେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।

ମିନ :- ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଜୀବନରେ ସୁଖ ଶାନ୍ତି ଆସିବ। ପରିଯୋଜନା କାମରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଚାକିରି ପେସାରେ ଥିବା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଶତ୍ରୁମାନେ ଦବି ରହିବେ।  ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ପଢନ୍ତୁ ;

ଉତ୍କଳ ଗୌରବ ମଧୁସୂଦନଙ୍କ ଆଜି ଜୟନ୍ତୀ

 ତରବରିଆ ଭାବରେ କୌଣସି କାମ ଆରମ୍ଭ ନକରି ସବୁ ଦିଗକୁ ନଜର ରଖି କରନ୍ତୁ - 90%

90%

ପରିବାରରେ ବଡ଼ଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବେ - 88%

88%
89%

Very Good!

ଜାଣନ୍ତୁ ଆଜିର ରାଶିଫଳ

ମେଷ :- ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଇଚ୍ଛା ପୂରା କରିବାର ପ୍ର୍ରୟାସ ସଫଳ ହେବ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି । ଶୁଭରଙ୍ଗ - ଲାଲ । ଆରାଧନା - ବାବା ଲିଙ୍ଗରାଜ ।

No Votes Yet

You're not rated yet