ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା, ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ

ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା, ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ

ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା । ଏହି ଉତ୍ସବ ଅବସରରେ ବିଭିନ୍ନ ମସଜିଦରେ ଭିଡ ଜମିଛି । ଦେଶର ବିଭିନ୍ନ ମସଜିଦରେ ସକାଳୁ ସକାଳୁ ସମୂହ ନମାଜ ପାଠ କରିଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ ।

ଏକାଠି ନମାଜ ପାଠ କରିବା ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି ସମସ୍ତେ । ଏହା ହେଉଛି ତ୍ୟାଗର ଦିନ । ଇସ୍‌ଲାମ ପରମ୍ପରା ଅନୁସାରେ ଆଜି ମୁସଲମାନ ଭାଇମାନେ ନମାଜ ପାଠ କରିବା ସହିତ ଦାନ ଧର୍ମ କରିବେ । ଆଜିର ଦିନକୁ ଇସଲାମ୍ ଧର୍ମରେ ବକ୍ରି ଇଦ୍ ବୋଲି ମଧ୍ୟ କୁହାଯାଇଥାଏ । 

ଆଜି କଟକ କଦମରସୁଲରେ ସକାଳ ୮.୩୦ରେ ସମୂହ ନମାଜ ପାଠ ହୋଇଥିବାବେଳେ କଟକ ଇଦଗା ପଡିଆରେ ପୂର୍ବାହ୍ନ ୧୦ଟାରେ ସମୂହ ନମାଜ ପାଠ ହେଇଛି । 

ଇଦ୍‌-ଉଲ୍‌-ଜୁହା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର୍‌ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।