ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

gg

ଆଜି ହାଇଦ୍ରାବାଦରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ..

ଟି୨୦ ସିରିଜ୍ ରେ କଙ୍ଗାରୁ ଟିମ୍ ଠାରୁ ମାତ୍ ଖାଇବା ପରେ ଆଜିର ମ୍ୟାଚ୍ ଜିତି ସିରିଜରେ ଆଡଭାଣ୍ଟେଜ୍ ନେବା ଚକ୍କରରେ ରହିବ ଟିମ୍ ଇଣ୍ଡିଆ । ବିଶେଷ କରି ବିଶ୍ବକପ୍  ପୂର୍ବରୁ ଏହା ଶେଷ ସିରିଜ୍ ହୋଇଥିବାରୁ ଟିମ୍ ର ବାଲାନ୍ସ ସଜାଡ଼ିବା ପାଇଁ ଭରପୂର ପ୍ରୟାସ କରିବେ ବିରାଟ ବାହିନୀ । ଟି୨୦ରେ ସ୍ପିଡ୍ ଷ୍ଟାର୍ ମହମ୍ମଦ ସାମିଙ୍କୁ ଦଳ ମିସ୍ କରୁଥିବା ବେଳେ ଆଜିର ମ୍ୟାଚରେ ସେ ଖେଳିବା ଏକ ପ୍ରକାର ନିଶ୍ଚିତ ।ଅଷ୍ଟ୍ରେଲିଆ ଦଳ ମଧ୍ୟ ତାର ବିଜୟଧାରା ବଜାୟ ରଖିବା ପାଇଁ ଉଦ୍ୟମ କରିବ । ବିଶେଷ କରି ଟି୨୦ ହିରୋ ଗ୍ଲେନ୍ ମାକ୍ସେୱେଲ୍ ଭାରତୀୟ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ରହିବେ । ଦିନ ସାଢେ ୧ଟାରୁ ମ୍ୟାଚ୍ ଖେଳାଯିବ ।

ଦୁଇ ରିଷ୍ଟ ସ୍ପିନର ଚେହେଲ ଓ କୁଲଦୀପଙ୍କ ଉପରେ ମଧ୍ୟ ଭରସା କରିପାରନ୍ତି କୋହଲି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ମଧ୍ୟ ବିଜୟ ଶଙ୍କରଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ର ସୁଯୋଗ ମିଳିବାର ସମ୍ଭାବନା ଅଧିକ । ସେପଟେ ନେଟ୍ ରେ ପ୍ରାକ୍ଟିସ୍ କରୁଥିବା ସମୟରେ ଧୋନୀଙ୍କ ଡାହାଣ ବାହୁରେ ବଲ୍ ବାଜିବାରୁ ସେ ଆହତ ହୋଇଛନ୍ତି । ତେବେ ସେ ଆଜିର ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟତା ମିଳିପାରିନାହିଁ ।
ପଢନ୍ତୁ; ଅଭିନନ୍ଦନଙ୍କୁ ୩ ମାସ ମନା ଫାଇଟର୍ ଜେଟ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More