News

ଆଜି ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ

indira

ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ୩୪ତମ ପୂର୍ଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

indira

ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ହତ୍ୟା କରାଯାଇଥିଲା। ନିଜ ଦୁଇ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳି ପଡ଼ିଥିଲେ ଇନ୍ଦିରା ଗାନ୍ଧି। ତାଙ୍କ ଶରୀରରୁ ପ୍ରାୟ ୩୧ଟି ଗୁଳି ବାହାର କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ଦିଲ୍ଲୀ ସମେତ ଦେଶର କେତେକ ସ୍ଥାନରେ ଶିଖ୍ ମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଯାହା ଫଳରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଏହି ଅବସରରେ ଦିଲ୍ଲୀ ସ୍ଥିତ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଇନ୍ଦିରା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପଢନ୍ତୁ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌

Related posts

ଆଜି ମହାଶିବରାତ୍ରୀ: ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

Ratnamani Moharana

ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ସହ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓଡିଆ ପୁଅ ଅନିଲ

Ratnamani Moharana

ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା

ENO Beuro

Leave a Comment