ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ନାରୀ ସୃଷ୍ଟିର ଆଧାର । ତା'ର ଗୋଟିଏ ନାମ, ହେଲେ ହଜାରେ ରୂପ । ସେ ଅନନ୍ୟା, ସେ ସ୍ବୟଂସିଦ୍ଧା । ଆଜି ସେହି ସ୍ରଷ୍ଟାଙ୍କ ପାଇଁ ଦିନଟିଏ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ।
ନାରୀ ସୃଷ୍ଟିର ଆଧାର । ତା'ର ଗୋଟିଏ ନାମ, ହେଲେ ହଜାରେ ରୂପ । ସେ ଅନନ୍ୟା, ସେ ସ୍ବୟଂସିଦ୍ଧା । ଆଜି ସେହି ସ୍ରଷ୍ଟାଙ୍କ ପାଇଁ ଦିନଟିଏ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପୁରାତନ କାଳରୁ ହିଁ ନାରୀ କରୁଣା, କ୍ଷମତା ଏବଂ ପ୍ରେମର ମୂର୍ତ୍ତି ଓ ପରମ୍ପରାର ସଂରକ୍ଷକ ରୂପରେ ପରିଚିତ । ସେ ଆଦ୍ୟା ଚିରନ୍ତିନୀ, ସେ ବରେଣ୍ୟା ବନ୍ଦିତା । ସଂସାରର ପାଳନକର୍ତ୍ତୀ, ମାତା, ଧାତ୍ରୀ, ଭଗିନୀ, ଦୁହିତା, ଜନନୀ, ସର୍ବକ୍ଷେତ୍ରେ ସ୍ଥିତି ତାର ଅନିନ୍ଦିତା । ନାରୀ ଶୋଭାର ଭଣ୍ଡାର, ନାରୀ ଅଟେ ପୁରୁଷର ମାନ । ନାରୀ ପୁଣି ଅଟେ ସମସ୍ତ ଜଗତର ସମଷ୍ଟି । ନୁହେଁ ସେ ଦୁର୍ବଳା, ନୁହେଁ ସେ ଧୈର୍ଯ୍ୟହରା ।
ଅନ୍ତର୍ଜାତୀୟ ମହିଳା ଦିବସ ମୂଳଦୁଆ ପଡିଥିଲା ଏକ ଶ୍ରମ ଆନ୍ଦୋଳନରୁ। ୧୯୦୮ରେ ନିଜ ଅଧିକାର ପାଇଁ ନ୍ୟୁୟର୍କର ରାଜରାସ୍ତାକୁ ଓହ୍ଲାଇଥିଲେ ପ୍ରାୟ ୧୫ ହଜାର ମହିଳା। ବିକ୍ଷୋଭ କରୁଥିବା କାର୍ଯ୍ୟରତ ମହିଳାଙ୍କ ଦାବି ଥିଲା କାମର ସମୟ ହ୍ରାସ ସହ ଦରମା ବୃଦ୍ଧି । ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏହାର ଏକ ବର୍ଷ ପରେ ୧୯୦୯ରେ ପ୍ରଥମ ଥର ପାଇଁ ୨୮ ଫେବ୍ରୁଆରୀରେ ମହିଳା ଦିବସ ପାଳନ ଆରମ୍ଭ କରିଥିଲା ଆମେରିକାର ସୋସାଲିଷ୍ଟ ପାର୍ଟି । ଧିରେଧିରେ ଅନ୍ୟ ଦେଶ ଓ ସଂଗଠନ ଭିନ୍ନ ଭିନ୍ନ ସମୟରେ ମହିଳା ଦିବସ ପାଳନ ଆରମ୍ଭ କଲେ। ୧୯୭୫ରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ଜାତିସଂଘ। ତେବେ ପ୍ରଶ୍ନ ଉଠୁଛି ମାର୍ଚ୍ଚ ୮ କାହିଁକି? ଖାଦ୍ୟ ଏବଂ ଶାନ୍ତି ପାଇଁ ୧୯୧୭ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ରୁଷର ମହିଳା। ପ୍ରାୟ ୪ ଦିନ କାଳ ଚାଲିଥିଲା ବିକ୍ଷୋଭ ପ୍ରଦର୍ଶନ। ଏହା ଥିଲା ଏକ ଐତିହାସକ ଆନ୍ଦୋଳନ। ଏହି ଆନ୍ଦୋଳନ ପରେ ତତ୍କାଳନୀ ରୁଷୀୟ ସମ୍ରାଟ କ୍ଷମତା ଛାଡିଥିଲେ। ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାଙ୍କୁ ଭୋଟ ଦେବା ଅଧିକାର ଦେଲେ। ଯେଉଁଦିନ ଋଷର ମହିଳାମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ସେଦିନ ଜୁଲିଅନ କ୍ୟାଲେଣ୍ଡରରେ ଥିଲା ଫେବୃଆରୀ ଶେଷ ରବିବାର। ଅନ୍ୟପଟେ ଗ୍ରେଗୋରିୟନ୍ କ୍ୟାଲେଣ୍ଡର ଅନୁଯାୟୀ ସେହି ଦିନ ଥିଲା ମାର୍ଚ୍ଚ ୮। ସେହିଦିନଠାରୁ ମାର୍ଚ୍ଚ ୮ ମହିଳା ଦିବସ ଭାବେ ପାଳିତ ହେଲା। ୧୯୭୫ରେ ଅନ୍ତର୍ଜାତୀୟ ମହିଳା ଦିବସକୁ ମାନ୍ୟତା ଦେଲା ଜାତିସଂଘ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।