News

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସମଗ୍ର ବିଶ୍ୱର ମହିଳାଙ୍କ ପାଇଁ ଆଜି ଦିନଟିଏ

ପ୍ରତିବର୍ଷ ମାର୍ଚ ୮ତାରିଖରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ପାଳନ କରାଯାଏ।

ଏହାକୁ ପୂର୍ବେ ଅନ୍ତର୍ଜାତୀୟ ଶମ୍ରଜୀବୀ ମହିଳା ଦିବସ କୁହାଯାଉଥିଲା। ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । କିଛି କିଛି କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରିବା ସହ ସାଜସଜ୍ଜା ବି ହୋଇଥାଏ।

ସାରା ବିଶ୍ୱର ମହିଳାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦେବା ସହ ସେମାନଙ୍କର ସାମାଜିକ ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଏହି ଦିବସ ପାଳନର ଆଭିମୁଖ୍ୟ, କିନ୍ତୁ ଏବେ ବି ବିଶ୍ୱର ଅନେକ ଦେଶରେ ଅସମାନତା ରହିଛି । ମହିଳାଟିକୁ ଭେଦଭାବର ଶିକାର ହେବାକୁ ପଡ଼ୁଛି । ବାଲ୍ୟ କାଳରେ ପିତା ଯୌବନରେ ସ୍ୱାମୀ ଓ ବୃଦ୍ଧାକାଳରେ ନିଜ ପୁତ୍ରମାନଙ୍କ ନିୟନ୍ତ୍ରଣରେ ମହିଳାଟିକୁ ରହିବାକୁ ପଡ଼ୁଛି।ଏହାକୁ ଆଖିରେ ରଖି, ଚଳିତ ବର୍ଷର ଥିମ୍ ‘ପ୍ରଗତି ପାଇଁ ଯୋର୍ ଲଗାଅ’ ରଖାଯାଇଛି । ଆଜି ସାରା ବିଶ୍ୱର ମହିଳାମାନେ ସେମାନଙ୍କର ହକ୍ ଓ ସମାନତାର ଲଢେଇା ସ୍ମୃତି ଚାରଣ ସହ ଆଗକୁ ବଢିବା ପାଇଁ ଚର୍ଚ୍ଚା କରିଥାନ୍ତି।

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ମହିଳା ଦିବସ ନ୍ୟୁୟର୍କ ସହରରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା । ଏଠାରେ ଏବେ ମଧ୍ୟ ଏହି ଦିନକୁ ସରକାରୀ ଛୁଟି ଭାବେ ପାଳନ କରାଯାଇଥାଏ । ଭାରତର କିଛି ସ୍ଥାନରେ ମହିଳାମାନେ ମୁଣ୍ଡ ଟେକି ପୁରୁଷଙ୍କ ସହ ହାତ ମିଶାଇ ଚାଲୁଥିବା ବେଳେ ଆଉ କିଛି ସ୍ଥାନରେ ମହିଳାମାନଙ୍କର ବଞ୍ଚିବା କଷ୍ଟକର ହୋଇ ପଡ଼ିଛି। ତେବେ ଏହି ମହିଳା ଦିବସ ଅବସରରେ ସମଗ୍ର ବିଶ୍ୱବାସୀ ଏହା ପ୍ରତିଜ୍ଞା କରିବା ଉଚିତ ଯେପରି ମନ୍ଦିରରେ ଭଗବାନଙ୍କୁ ସମ୍ମାନର ସହିତ ପୂଜା କରାଯାଉଛି, ସେହିପରି ଘରେ ଏବଂ ରାସ୍ତାରେ ସମସ୍ତ ମହିଳାଙ୍କୁ ସମ୍ମାନର ସହିତ ବଞ୍ଚିବା ପାଇଁ ଦିଆଯାଉ।

ପଢନ୍ତୁ;

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ କିଡ୍‌ନିରେ ଜମିରହିଥାଏ ଷ୍ଟୋନ୍‌!

Related posts

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ: ବୋର୍ଡ ସମ୍ପାଦକ ରମାଶିଷ ବେହେରା

Ratnamani Moharana

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

ENO Beuro

1 comment

Leave a Comment