News

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗ ମୁଡରେ ଭାରତବାସୀ

Untitled 1

ନିରୋଗ ଓ ନିରାମୟ  ଜୀବନ ବଞ୍ଚିବା ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ । ପ୍ରାଚୀନ ଭାରତୀୟ ପରମ୍ପରାର ମେରୁଦଣ୍ଡ ଯୋଗକୁ ବିଶ୍ବସ୍ତରରେ ପରିଚିତ କରିବା ଉଦେଶ୍ୟରେ ଗତ ୨୦୧୫ରୁ ପ୍ରତି ବର୍ଷ ଜୁନ  ମାସ ୨୧ ତାରିଖରେ ପାଳିତ ହେଉଛି ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ଏକ ପ୍ରାଚୀନ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ, ଯାହାର ନାଭିକେନ୍ଦ୍ର ଭାରତ। ଯୋଗ ଶବ୍ଦ ସଂସ୍କୃତରୁ ଆସିଛି, ଯାହାର ଅର୍ଥ ଯୋଡିବା ବା ଏକତ୍ର କରିବା। ଶରୀର ଓ ଚେତନାର ସମଷ୍ଟିକୁ ଏହା ସଙ୍କେତ ଦିଏ। ୫ ହଜାର ବର୍ଷ ପ୍ରାଚୀନ ଯୋଗରେ ଶ୍ଵାସ ନିୟନ୍ତ୍ରଣ, ଧ୍ୟାନ ଓ ନିର୍ଦ୍ଧିଷ୍ଟ ଶାରୀରିକ ମୁଦ୍ରା ରହିଛି। ଚଳିତ ବର୍ଷ ଯୋଗ ଦିବସ ପାଇଁ  ଥିମ୍‌ ରହିଛି ‘YOGA FOR HEART’  ଦେଶର କୋଣ ଅନୁକୋଣରେ ଯୋଗ ଦିବସ ପାଳନ ପାଇଁ ବ୍ୟାପକ  ଆୟୋଜନ ହୋଇଛି।

Ttt

ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଯୋଗ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଛନ୍ତି। ପ୍ରାୟ ୩୦ ହଜାର ଲୋକ ମୋଦିଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ସେଥିରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଯୋଗ ଦିବସ ପାଳନ ଅବସରରେ ମୋଦି କହିଛନ୍ତି, ‘ଯୋଗ’କୁ ଆଜି ସାରା ବିଶ୍ୱ ଆପଣାଇଛି। “ ଯୋଗ ଓ ପ୍ରକୃତିର ମିଳନ ଲୋକଙ୍କୁ ଅଭୂତପୂର୍ବ ଅନୁଭୂତି ଦିଏ। ଆମ ସଂସ୍କୃତିର ଅଭିନ୍ନ ଅଂଶ ଭାବେ ଯୋଗ ସର୍ବବିଦିତ।

Modi
narendra modi

ସେହିପରି ଭୁବନେଶ୍ବରରେ  ବି ଅନ୍ତର୍ଜାତୀୟ ଯୋଗଦିବସ ପାଇଁ ହୋଇଛି ବ୍ୟାପକ ଆୟୋଜନ । ଜନତା ମୈଦାନରେ ୨୪ଟି ବଡ ଏଲଇଡି ପ୍ୟାନେଲ  ସହ ଟେଣ୍ଟ୍  ଭିତରେ ବସି ଯୋଗାଭ୍ୟାସ ପାଇଁ ବ୍ୟବସ୍ଥା ହୋଇଛି । ଯୋଗ ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Bjp
Bjp

ପଢନ୍ତୁ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

Related posts

ରେକର୍ଡ ସୃଷ୍ଟି କରିବେ ପ୍ରଧାନ ବିଚାରପତି: ୬ ଦିନରେ ଦେବେ ୮ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

ଆଜି ବ୍ୟାଙ୍କ ଧର୍ମଘଟ,୫ ଦିନ ବ୍ୟାଙ୍କ ବନ୍ଦ

ENO Beuro

ଜାରି ହେବ ଟୋଲ ଫ୍ରି ନମ୍ବର ! ଜାତୀୟ ରାଜପଥରେ ଦୁର୍ଘଟଣା ହେଲେ ଶୀଘ୍ର ମିଳିବ ସାହଯ୍ୟ

ENO Beuro

Leave a Comment