Loading...

ଆଜି ଅମୀର ଖାନଙ୍କ ଜନ୍ମଦିନ

ଆଜି ଅମୀର ଖାନଙ୍କ ଜନ୍ମଦିନ

ବଲିଉଡ ଅଭିନେତା ଅମିର୍ ଖାନ୍ ଦୀର୍ଘ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ଯୋଡି ହୋଇ ଅଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ତାଙ୍କ ପ୍ରତିଭା ବଳରେ ସେ ଆଜି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ବଲିଉଡ ଅଭିନେତା ଅମିର୍ ଖାନ୍ ଦୀର୍ଘ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ଯୋଡି ହୋଇ ଅଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ତାଙ୍କ ପ୍ରତିଭା ବଳରେ ସେ ଆଜି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ସେ ଅନେକ୍ ଲୋକଙ୍କର ପ୍ରେରଣା ସାଜିଛନ୍ତି । ତେବେ ଆଜି ହେଉଛି ଅଭିନେତା ଅମିର ଖାନଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।ଅମିର ଖାନ୍ ୧୪ ମାର୍ଚ୍ଚ ୧୯୬୫ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ ଫିଲ୍ମ ପ୍ରଡ୍ୟୁସର୍ ଥିଲେ । ଅମିର ଖାନ ଆକ୍ଟିଙ୍ଗ୍ ଲାଇନକୁ ଆସନ୍ତୁ ବୋଲି ତାଙ୍କ ପରିବାର ଲୋକ ଚାହୁଁ ନଥିଲେ ।  ତାଙ୍କ ପରିବାର ଲୋକ ଚାହୁଁଥିଲେ, ସେ ଭଲ ପାଠପଢି ଡକ୍ଟର କିମ୍ବା ଇଞ୍ଜିନିୟର ହୁଅନ୍ତୁ ବୋଲି । ହେଲେ ଅମିର ଖାନ୍ ଚାହୁଁଥିରେ ଆକ୍ଟିଙ୍ଗ୍ କରି ନାଁ କମାଇବା ପାଇଁ । । ଏହାପରେ ସେ ଏକ ସାଇଲେଣ୍ଟ ଫିଲ୍ମ’Paranoia’ ନଜର ଆସିଥିଲେ । ନିଜ ପିତା-ମାତାଙ୍କ ଠାରୁ ଲୁଚି ଏଥିରେ ସେ କାମ କରିଥିଲେ । ଏହାପରେ  ତାଙ୍କର ଆକ୍ଟିଙ୍ଗ ପ୍ରତି ବେଶ ମନ ବଳିଥିଲା ।

୧୯୭୩ରେ  ଅମିର୍ ଖାନ୍ ଫିଲ୍ମ’ଆଦୋଁ କି ବାରାତ୍‌’ରେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଧ୍ୟ ସେ ଆଉ କିଛି ଫିଲ୍ମରେ ଚାଇଲ୍ଡ ଆର୍ଟିଷ୍ଟ ଭୂମିକାରେ ନଜର ଆସିଥିଲେ । ଏହାପରେ ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ଅନେକ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଆସିଛନ୍ତି ।

ଆରମ୍ଭରୁ ୩-୪ ବର୍ଷ ତାଙ୍କୁ ବହୁତ୍ ସଙ୍ଘର୍ଷ କରିବାକୁ ପଡିଥିଲା । ଏହାପରେ ୧୯୮୮ରେ ସେ ଫିଲ୍ମ’ କୟାମତ୍ ସେ କୟାମତ୍ ତକ୍‌’ରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.