ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ହବିଷ୍ୟାଳିମାନେ ଏକମାସ ଧରି କାର୍ତିକ ବ୍ରତ ପାଳନ କରିଥିବା ବେଳେ ଶେଷ ପାଞ୍ଚ ଦିନ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି । ପଂଚୁକରେ ଗହଳିକୁ ଦୃଷ୍ଟିରେ ରଖି ମରିଚିକୋଟ ଛକ ନିକଟରୁ ଲମ୍ବା ବାରିକେଡ ପ୍ରସ୍ତୁତ କରାଯାଇଛି ।
ଆଜିଠାରୁ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି । ପାଞ୍ଚ ଦିନ ଧରି ପଞ୍ଚୁକ ବ୍ରତ ପାଳିବେ ଶ୍ରଦ୍ଧାଳୁ । ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ୍ ହରି ଉତଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶ୍ରୀବିଗ୍ରହମାନଙ୍କ ଅବକାଶ ନୀତି ଶେଷ ହେବା ପରେ ସ୍ୱର୍ଣର୍ ଆଭୂଷଣରେ ବିଭୂଷିତ ହୋଇ ଲକ୍ଷ୍ମୀନାରାୟଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ମମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ବେଶ କରିବେ । ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଳନ କରାଯାଏ । ପାଞ୍ଚ ଦିନରେ ମହାପ୍ରଭୁ ପାଞ୍ଚଟି ବେଶ ହେବେ । ଆଜି ଲକ୍ଷ୍ମୀନାରାୟଣ ବେଶ ଥିବା ବେଳେ ଦ୍ୱାଦଶୀରେ ବାଙ୍କଚୁଡ଼ା ବେଶ, ତ୍ରୟଦଶୀରେ ତ୍ରିବ୍ରିକମ ବେଶ, ଚତୁଦ୍ଦର୍ଶୀରେ ଲକ୍ଷ୍ମୀନୃସିଂହ ବେଶ କରାଯିବ । ହବିଷ୍ୟାଳିମାନେ ଏକମାସ ଧରି କାର୍ତିକ ବ୍ରତ ପାଳନ କରିଥିବା ବେଳେ ଶେଷ ପାଞ୍ଚ ଦିନ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି । ପଂଚୁକରେ ଗହଳିକୁ ଦୃଷ୍ଟିରେ ରଖି ମରିଚିକୋଟ ଛକ ନିକଟରୁ ଲମ୍ବା ବାରିକେଡ ପ୍ରସ୍ତୁତ କରାଯାଇଛି । ଏହାସହ ସ୍ୱତନ୍ତ୍ର ବ୍ୟାରିକେଡରେ ସରକାରୀ ଶିବିରରେ ରହୁଥିବା ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ କେବଳ ପଞ୍ଚୁକ ପାଞ୍ଚ ଦିନ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।