News

ହିରୋସୀମା ବିଭୀଷିକାକୁ ୭୪ ବର୍ଷ, ଆଜିର ଦିନରେ ଜାପାନ ସହର ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା

Hiroshima Day

ଆଜି ହିରୋସୀମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସୀମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା।  ବିଶ୍ୱ ଇତିହାସରେ ଏହାକୁ ଭୟ ଓ ଆତଙ୍କର ଦିନ ଭାବେ ବିବେଚନା କରାଯାଏ। ପୁଣି ଥରେ ଅଗଷ୍ଟ ୯ରେ ଦ୍ୱିତୀୟ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ଫଳରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅନ୍ତ ଘଟିଥିଲା।

୧୯୪୫ ମସିହା ଆଜିର ଦିନରେ ଜାପାନର ହିରାସିମାରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା । ଆମେରିକାର ବୋଇଂ B-29ରୁ ନିକ୍ଷେପ ହେଲା ପରମାଣୁ ବୋମା ଲିଟିଲ ବଏ । ପରମାଣୁ ବୋମାର ବ୍ୟବହାର ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସବୁ ଅଙ୍କ ବଦଳି ଯାଇଥିଲା । ପ୍ରାଣ ହରାଇଥିଲେ ୭୦ ହଜାର ଲୋକ । ୩୫ ହଜାର ଲୋକ ଆହତ ହେଲେ । ସେହିପରି ଅନେକ ବିକଳାଙ୍ଗର ଶୀକାର ହେଲେ । ଏତିକିରେ ଥମିନଥିଲା ପରମାଣୁ ଯୁଦ୍ଧ । ଏହାର ୩ ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୧୦ ତାରିଖରେ ପୁଣି ନାଗାସାକିରେ ବି ପରମାଣୁ ବୋମା ପଡିଥିଲା । ପରମାଣୁ ବୋମାର ଭୟାବହତା ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହେଲା । ଏହା ପରେ ପରମାଣୁ ବୋମାର ବ୍ୟବହାର ହୋଇ ନାହିଁ ।

Hiroshima Day 650x430

୭୪ ତମ ହିରୋସୀମା ଦିବସ ଅବସରରେ ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖିବା ପାଇଁ  ଜାପାନ ଜାତିସଙ୍ଘର ଐତିହାସିକ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ହିରୋସୀମା ମେୟର ନିବେଦନ କରିଛନ୍ତି। ହିରୋସୀମାରେ ଥିବା ଶାନ୍ତି ସ୍ମାରକୀ ପାର୍କରେ ଏହି ଅବସରରେ ମହମବତୀ ଜଳାଇ ସାମୁହିକ ପ୍ରାର୍ଥନସଭା ଅନୁଷ୍ଠିତ ହୋଇଯାଇଛି। ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖିବା ପାଇଁ ଏଥିରେ ଆହ୍ବାନ ଦିଆଯାଇଛି।  ପୁରୀ  ଜିଲ୍ଲା ସ୍କୁଲ ପରିସରରେ ମଧ୍ୟ ହିରୋସୀମା ଦିବସ ପାଳିତ ହୋଇଛି ।

ପଢନ୍ତୁ: ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଫେରିବ କାଳିଆ ଟଙ୍କା

Related posts

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

ENO Beuro

୪୮ ଘଣ୍ଟା ମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦ ହରାଇଲେ ଆଲୋକ ବର୍ମା

ENO Beuro

ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

ENO Beuro

Leave a Comment