Loading...

ଆଜି ହୋଲି ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହ

ଆଜି ହୋଲି ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହ

ହିନ୍ଦୁ ପରମ୍ପରା ଅନୁସାରେ ସ୍ବୟଂ ଦୋଳଗୋବିନ୍ଦ ଅବିର ବୋଳି ହୋଇଛଡ଼୍ତି। ତେଣୁ ରଙ୍ଗର ପର୍ବ ହୋଲି ପର୍ବକୁ ମନଭରି ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ।

ରଙ୍ଗର ପର୍ବ ହୋଲି ପର୍ବ। ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହୋଲି ପର୍ବ । ଏହି ଦିନକୁ ସମସ୍ତେ ବଡ଼ ଆନନ୍ଦର ସହ ପାଳନ କରିଥାଆନ୍ତି । ସମସ୍ତେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି।ହିନ୍ଦୁ ପରମ୍ପରା ଅନୁସାରେ ସ୍ବୟଂ ଦୋଳଗୋବିନ୍ଦ ଅବିର ବୋଳି ହୋଇଛଡ଼୍ତି। ତେଣୁ ରଙ୍ଗର ପର୍ବ ହୋଲି ପର୍ବକୁ ମନଭରି ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ। ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସବୁ ପ୍ରମୁଖ ସହରରେ ଦେଖାଯାଇଛି ଉତ୍ସାହ। ବିଧି ଓ ପରମ୍ପରା ଅନୁସାରେ ହୋଲିକା ଦହନ, ଦହିହାଣ୍ଡି ଭଙ୍ଗା, ଲଉଡ଼ି ଖେଳ ଓ ନାଚଗୀତରେ ଝୁମିଛି ସାରା ଓଡ଼ିଶା। ଆଜି ରଙ୍ଗଖେଳରେ ମସଗୁଲ ହେବେ ଜନସାଧାରଣ।

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସହ ଫଗୁ ଓ ଅବୀର ଖେଳିଛନ୍ତି ମହାପ୍ରଭୁ । ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଦୋଳବେଦୀରେ ଦୋଳଠାକୁର , ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସଂପନ୍ନ ହୋଇଛି । ସେପଟେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ପାଇଁ ଅଗଣିତ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି , ଧ୍ୱନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡଦାଣ୍ତ ଦେଇ ଠାକୁର ଦୋଳବେଦୀରେ ପହଞ୍ଚିଥିଲେ। ଦୋଳବେଦୀର ଚାରି ପାର୍ଶ୍ୱ ଓ ଦୋଳ ବେଦୀରେ ଠାକୁର୍ ଙ୍କ ବିମାନ ୭ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବିରାଜିତ ହୋଇଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.