Loading...

ଆଜି ଇସଲାମ ଧର୍ମାବଲମ୍ବୀଙ୍କ ବଡପର୍ବ ଇଦ୍ ଉଲ୍ ଫିତର

ଆଜି ଇସଲାମ ଧର୍ମାବଲମ୍ବୀଙ୍କ ବଡପର୍ବ ଇଦ୍ ଉଲ୍ ଫିତର

ଆଜି ଇସଲାମ ଧର୍ମାବଲମ୍ବୀଙ୍କ ବଡପର୍ବ ଇଦ୍ ଉଲ୍ ଫିତର ପାଇଁ ଉତ୍ସବ ମୁଖର ଓଡିଶା। ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍‌। 

ଆଜି ଇସଲାମ ଧର୍ମାବଲମ୍ବୀଙ୍କ ବଡପର୍ବ ଇଦ୍ ଉଲ୍ ଫିତର ପାଇଁ ଉତ୍ସବ ମୁଖର ଓଡିଶା। ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍‌।  ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରି ଇଦ୍ ପାଳନ କରାଯାଉଛି। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ।ଭାଇଚାରର ସହର କଟକ ଇଦ ଅବସରରେ ଉତ୍ସବ ମୁଖରିତ ହୋଇଛି । ସହରରେ ଥିବା ସମସ୍ତ ଛୋଟ ବଡ ୩୦ରୁ ଉର୍ଦ୍ଧ୍ଵ ମସଜିଦରେ ଇଦର ନମାଜ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂଚନାନୁସାରେ, ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼ ଓ ପୋଡ଼ାଜଳା ଘଟଣା ପରେ ସହର ଅଶାନ୍ତ ହୋଇପଡ଼ିଥିଲା। ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତି ଫେରିନାହିଁ। କର୍ଫ୍ୟୁ ଲାଗିଥିବା ବେଳେ ମୋବାଇଲ ନେଟ୍‌ସେବା ବନ୍ଦ ରହିଛି। ରମ୍‌ଜାନ ମାସର ଶେଷ ଶୁକ୍ରବାର ଓ ଇଦୁଲ୍‌ଫିତର ଥିବାରୁ ମସ୍‌ଜିଦରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନରେ ୧୦ଟି ମସ୍‌ଜିଦ ରହିଛି। ସେଥିମଧ୍ୟରେ ୬ଟି ସମ୍ବେଦନଶୀଳ ସ୍ଥାନ ରହିଛି। ଏସବୁ ସ୍ଥାନରେ ଥିବା ମସ୍‌ଜିଦ ସମ୍ମୁଖରେ ପୋଲିସ ଅଧିକାରୀଙ୍କ ସହ ୧ ପ୍ଲାଟୁନ ଲେଖାଏ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.