Loading...

ଆଜି ମାଘସପ୍ତମୀ, ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ମାଘସପ୍ତମୀ, ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘସପ୍ତମୀ । ଏ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ମେଳାରେ ପବିତ୍ର ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଛନ୍ତି ହଜାରହଜାର ଶ୍ରଦ୍ଧାଳୁ । ପ୍ରଥମେ ତିନି ଠାକୁର ତ୍ରିବେଣୀଶ୍ବର, ବାବା ଐଶାନେଶ୍ବର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥିଲେ ।

ଆଜି ପବିତ୍ର ମାଘସପ୍ତମୀ । ଏ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ମେଳାରେ ପବିତ୍ର ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଛନ୍ତି ହଜାରହଜାର ଶ୍ରଦ୍ଧାଳୁ । ପ୍ରଥମେ ତିନି ଠାକୁର ତ୍ରିବେଣୀଶ୍ବର, ବାବା ଐଶାନେଶ୍ବର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥିଲେ । ପରେ ହଜାରହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ନିଜକୁ ଧନ୍ୟ କରିଛନ୍ତି ।ଗତକାଲିଠାରୁ ଚନ୍ଦ୍ରଭାଗା ମେଳା ପଡ଼ିଆର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ମେଳା ପଡିଆରେ ଭକ୍ତମାନେ ଷଷ୍ଠୀ ତିଥିରେ ମହିଳାମାନେ ମାଟିହାଣ୍ଡିରେ ଶୁଖୁଆ ଡାଲମା, ଭାତ ରାନ୍ଧି ଏହାର କିଛି ଅଂଶକୁ ଅର୍କାସୁର ଉଦ୍ଦେଶ୍ୟରେ ସମର୍ପଣ କରି ପାରିବାରର ସୁଖ ସମୃଦ୍ଧି କାମନା କରିଥିଲେ। ପରେ ବଳକା ଅଂଶକୁ ନିଜେ ସେବନ କରିଥଲେ । ପରେ ହାଣ୍ଡିକୁ ନିକଟସ୍ଥ ହାଣ୍ଡି ଭଙ୍ଗା ପଡିଆରେ ଭାଙ୍ଗି ଆଜି(ଶନିବାର) ଭୋର୍ 4 ଟା 30 ପରେ ଭକ୍ତମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ପ୍ରଭୂ ସୁର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରେ ତିନି ମହାଦେବଙ୍କୁ ପୂଜା କରି ଆଶୀର୍ବାଦ ନେଇଥିଲେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.