CULTURES

ଆଜି ପବିତ୍ର ମକର ସଂକ୍ରାନ୍ତି,ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ

ଆଜି ପବିତ୍ର ମକର ସଂକ୍ରାନ୍ତି। ପୁରା ରାଜ୍ୟରେ ଦେଖିବାକୁ ମିଳିଛି ଉସର୍ବର ମାହୋଲ। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ । ଏହିବର୍ହ ୧୪ ଜାନୁୟାରୀରେ ମକର ସଂକ୍ରାନ୍ତି ପାଳନ କରାଯାଉଛି ।

mak

ଓଡିଶାରେ ମକର ସଂକ୍ରାନ୍ତି, ଆନ୍ଧ୍ରପ୍ରଦେଶରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଜଣାଶୁଣା । ମକର ସଂକ୍ରାନ୍ତି ଉତ୍ତର ଓଡିଶାର ଗଣପର୍ବ ଭାବେ ପାଳିତ ହୋଇଥାଏ ।

ଅନ୍ୟପଟେ,ମକର ସଂକ୍ରାନ୍ତି ପାଇଁ ବୁଡ ପକାଇବାକୁ ଆହ୍ଲାବାଦ ପ୍ରୟାଗରାଜରେ ଭିଡ ଜମିଛି । ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ବୁଡ ପକାଇଛନ୍ତି । ବିଶ୍ୱାସ ରହିଛି ଏହି ଦିନରେ ଗଙ୍ଗାରେ ବୁଡ ପକାଇଲେ ମୋକ୍ଷପ୍ରାପ୍ତି ଓ ଦାରିଦ୍ର‌୍ୟରୁ ମୁକ୍ତି ମିଳିଥାଏ । ଏଠି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପଢନ୍ତୁ; ଜାଣନ୍ତୁ ଧନୁରାସନ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ

Related posts

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

ENO Beuro

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା,ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ

ENO Beuro

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More