Loading...

ଆଜି ନେତାଜୀ ସୁଭାଷ ବୋଷ ଙ୍କ 126 ତମ ଜୟନ୍ତୀ

ଆଜି ନେତାଜୀ ସୁଭାଷ ବୋଷ ଙ୍କ 126 ତମ ଜୟନ୍ତୀ

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି' ଧ୍ବନି ପ୍ରତିଟି ଭାରତୀୟଙ୍କ ମନରେ ଭରି ଦେଉଥିଲା ସ୍ବାଧୀନତାର ବହ୍ନୀ । ସେହି ସ୍ବାଧୀନତାର ବହ୍ନୀ ଦେଶବାସୀଙ୍କ ହୃଦୟରେ ଜାଗ୍ରତ କରୁଥିବା ଦେଶପ୍ରେମି ନେତାଜୀ ସୁଭାଷ ବୋଷ ।

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି' ଧ୍ବନି ପ୍ରତିଟି ଭାରତୀୟଙ୍କ ମନରେ ଭରି ଦେଉଥିଲା ସ୍ବାଧୀନତାର ବହ୍ନୀ । ସେହି ସ୍ବାଧୀନତାର ବହ୍ନୀ ଦେଶବାସୀଙ୍କ ହୃଦୟରେ ଜାଗ୍ରତ କରୁଥିବା ଦେଶପ୍ରେମି ନେତାଜୀ ସୁଭାଷ ବୋଷ । ଶତ୍ରୁ ପକ୍ଷ ଭୟଭୀତ କରାଇବା ପାଇଁ ଗୋଟିଏ ନାମ ହିଁ ଥିଲା କାଫି । ତେବେ ଆଜି ସେହି ବୀର ପୁରୁଷ ନେତାଜୀ ସୁଭାଷ ବୋଷଙ୍କ 126ତମ ଜୟନ୍ତୀ । ଏହି ଉପଲକ୍ଷେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାର ଜାନକୀନାଥ ଭବନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବ ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଅନେକ ବିଶିଷ୍ଟ ବ୍ୟକ୍ତି ବି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ସପ୍ତାହବ୍ୟାପୀ କଟକରେ ଚାଲିଛି ନେତାଜୀଙ୍କ ଜୟନ୍ତୀ ସମାରୋହ। ଏହି ଅବସରରେ ଓଡିଶା ଲଳିତକଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 20 ତାରିଖରୁ ଏକ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଆୟୋଜନ କରାଯାଇଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବା ସହ ନେତାଜୀଙ୍କ ଜନ୍ମ ପ୍ରକୋଷ୍ଠରେ ହୋମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.