26.1 C
Bhubaneswar
September 28, 2021
EnewsOdia.Com
ନ୍ୟୁଜ୍

ଆଜି ରସଗୋଲା ଦିବସ

ପଶ୍ଚିମବଙ୍ଗ ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ଚେଇଁ ଉଠିଥିଲା ଆମ ଓଡ଼ିଆ ପ୍ରାଣ। ରସଗୋଲା ଯେ ଓଡ଼ିଶାର, ଏଥିପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ହେଲା। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଏହାପରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା ଏବଂ ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା।

ଶ୍ରୀମନ୍ଦିର ପରମ୍ପରାରେ ‘ନୀଳାଦ୍ରି ବିଜେ’ରେ ରସଗୋଲା ଭୋଗ ହୋଇଥାଏ। ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥା’ନ୍ତି। ଏଣୁ ଓଡ଼ିଶାରେ ରସଗୋଲାକୁ ଅଧିକ ପ୍ରଚାରପ୍ରସାର ଓ ଲୋକପ୍ରିୟ କରିବାକୁ କିଛି ବର୍ଷ ହେଲା ଏହି ଦିନକୁ ‘ରସଗୋଲା ଦିବସ’ ଭାବେ ପାଳନ କରାଯାଇ ଆସୁଛି। ‘ଆମ ପାହାଳ ରସଗୋଲା ଫାଉଣ୍ଡେସନ୍‌’ ପକ୍ଷରୁ ପ୍ରତିବର୍ଷ ଏହି ରସଗୋଲା ଦିବସରେ ବଡ଼ ଧରଣର କାର୍ଯ୍ୟକ୍ରମର ଆୟୋଜନ କରି ରସଗୋଲା ବାଣ୍ଟିଥା’ନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଫାଉଣ୍ଡେସନ୍‌ ପକ୍ଷରୁ ରସଗୋଲା ବଣ୍ଟନ କାର୍ଯ୍ୟକ୍ରମ ବଦଳରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି କୁହାଯାଇଛି।

ପଢନ୍ତୁ:  ଆଜି ନୀଳକନ୍ଦରକୁ ବିଜେ କରିବେ ବଡଠାକୁର

Related posts

୫ରୁ ରାଜ୍ୟରେ ବର୍ଷା ଓ ଘୂର୍ଣ୍ଣିଝଡ଼ ଆଶଙ୍କା

Ratnamani Maharana

ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ

Ratnamani Maharana

ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ କେଜ୍ରିୱାଲ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More