CULTURES

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ପାରମ୍ପରିକ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଣ ଭତ୍ସବ ପାଳିଲେ ଶ୍ରଦ୍ଧାଳୁ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ପାରମ୍ପରିକ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଣ ଭତ୍ସବ ପାଳିଲେ ଶ୍ରଦ୍ଧାଳୁ

ଆଜି ହେଉଛି ପୂଣ୍ୟ କାର୍ତ୍ତିକ ମାସର ଶେଷ ଦିବସ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭୋରରୁ ବୋଇତ ବନ୍ଦାଣ ସହ ସହ ଡ଼ଙ୍ଗା ଭସାଣ ପର୍ବ ହୋଇଛି । ଆ କା ମା ବୈ ଧ୍ୱନି ସହ ଡ଼ଙ୍ଗାରେ ପାନ ପତର ସହ ଗୁଆ ରଖି, ଦୀପ ଜାଳି ଏହି ଡ଼ଙ୍ଗା ଭସାଣ ପର୍ବ ପାଳନ ହେଇଛି ।

ଭୁବନେଶ୍ୱରର ବିନ୍ଦୁ ସାଗରରେ ମଧ୍ୟରାତ୍ରିରୁ ଏଥିପାଇଁ ଭିଡ଼ ଲାଗିଥିଲା । ଡ଼ଙ୍ଗା ଭସାଣକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । କୁଆଖାଇ ଓ ଦୟାନଦୀ କୂଳରେ ବି ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପ୍ରଶାସନ ପକ୍ଷରୁ ମଧ୍ୟ ବିନ୍ଦୁସାଗରରେ ବୋଇତ ବନ୍ଦାଣ ବୋଇତ ବନ୍ଦାଣ ପାଳନ ହୋଇଛି ।

ପୁରୀରେ ବି ଆଜି ବୋଇତ ବନ୍ଦାଣ ଭସାଣ ହୋଇଛି । ଆଜି କାର୍ତ୍ତିକ ମାସର ଶେଷ ଦିନ ହୋଇଥିବାରୁ ବେଳାଭୂମିରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି । ସକାଳୁ ସକାଳୁ ମହୋଦଧିରେ ଭକ୍ତମାନେ ବୋଇତବନ୍ଦାଇ ଉତ୍କଳୀୟ ଐତିହ୍ୟକୁ ମନେପକାଇଛନ୍ତି ।

ଅନ୍ୟପଟେ କଟକ ମହାନଦୀରେ ବି ପାରମ୍ପରିକ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଣ ଭତ୍ସବ ପାଳିତ ହୋଇଛି । ମହାନଦୀରେ ଡ଼ଙ୍ଗା ଭସାଣକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ପ୍ରଶାସନ ପକ୍ଷରୁ ବି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଗଞ୍ଜାମର ଗୋପାଳପୁର, ବାଲେଶ୍ୱରରେ ବି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି ।

purnima

ପଢନ୍ତୁ,ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

Related posts

ଆଜି ମହାପ୍ରଭୁଙ୍କୁ ରାହୁରେଖା ଲାଗି,୪ ଘଣ୍ଟା ଦର୍ଶନ ବନ୍ଦ

ENO Beuro

ଆଜି ମହାପ୍ରଭୁଙ୍କ ପଇତାଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

ENO Beuro

ଆଜି ପବିତ୍ର ବଡଓଷା , ଧବଳେଶ୍ଵର ସମେତ ଅନେକ ଶୈବ ପୀଠରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା

ENO Beuro

2 comments

Leave a Comment