ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ସିଏ ଥିଲେ ଓଡ଼ିଶାର ପୁଅ। କଟକର ପୁଅ। କଟକର ପାଣି ପବନରେ ବଢି ମାଟ୍ରିକ ଶିକ୍ଷା ଶେଷ କରିଥିଲେ।
ସିଏ ଥିଲେ ଓଡ଼ିଶାର ପୁଅ। କଟକର ପୁଅ। କଟକର ପାଣି ପବନରେ ବଢି ମାଟ୍ରିକ ଶିକ୍ଷା ଶେଷ କରିଥିଲେ। ପରେ କଲିକତା ଯାଇ ଉଚ୍ଚଶିକ୍ଷା କରିବା ସହ ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସାଜିବା ପରେ ସେ ହୋଇ ଯାଇଥିଲେ ଏ ଜାତିର ସଂପତ୍ତି। ଓଡ଼ିଶାରେ ବିଶେଷକରି କଟକରେ ରହିଛି ତାଙ୍କ ସ୍ମୃତି ବିଜଡିତ ଅନେକ ଅନୁଷ୍ଠାନ। ଓଡ଼ିଆବଜାର ସ୍ଥିତ ତାଙ୍କ ଜନ୍ମସ୍ଥାନ ପାଲଟିଛି ସଂଗ୍ରହାଳୟ। ତାଙ୍କୁ ପ୍ରାରମ୍ଭିକ ଶିକ୍ଷା ମିଳିଥିବା ଷ୍ଟିୱାର୍ଟ ସ୍କୁଲ ଏବଂ ସ୍କୁଲ ଶିକ୍ଷା ମିଳିଥିବା ମିଳିଥିବା ରେଭେନ୍ସା କଲିଜିଏଟ୍ ସ୍କୁଲ୍ ତାଙ୍କର ସ୍ମୃତି ସାଇତି ରଖିଛି। ବଙ୍ଗାଳି ସାହିର ରାମକୃଷ୍ଣ କୁଟୀର ତାଙ୍କର ଜୀବନ ପ୍ରାରମ୍ଭରୁ ଗରିବ ଅସହାୟଙ୍କ ପ୍ରତି ସୃଷ୍ଟି ହୋଇଥିବା ସମ୍ବେଦନଶୀଳତାର ପ୍ରମାଣ ରଖିଛି। ତାଙ୍କ ଧାର୍ମିକ ଚିନ୍ତାଧାରାର ପ୍ରତୀକ ହୋଇ ରହଛି ବଙ୍ଗାଳି ସାହିର ରାହାସବିହାରୀ ମଠ। କଟକରେ ସାର୍ବଜନିନ ଦଶହରା ପାଳନର ସେ ଥିଲେ ପ୍ରଥମ କର୍ଣ୍ଣଧାର। ଜଣେ କଟକିଆ ଭାବେ ତାଙ୍କର ନଈ ବନ୍ଧରେ ସମୟ କାଟିବା, ବରା ଖାଇବା ଭଳି ଅନେକ ଘଟଣା ଆଜି ବି କଟକିଆଙ୍କ ମଧ୍ୟରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇ ରହିଛି।
୮୯୭ ମସିହା ଜାନୁଆରି ୨୩ ତାରିଖରେ ବିଶିଷ୍ଟ ଆଇନଜୀବୀ ଜାନକୀନାଥ ବୋଷ ଏବଂ ପ୍ରଭାବତୀ ଦେବୀଙ୍କ ଔରସରୁ ଜନ୍ମିତ ନେତାଜୀ ସୁଭାଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଏବେ କଟକ ହୋଇଛି ଉତ୍ସବମୁଖର। ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ନେତାଜୀଙ୍କ ଅବଦାନକୁ ନେଇ ୧୫ ଜଣ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରସ୍ତୁତ କରୁଛନ୍ତି ୧୫ଟି ଭାସ୍କର୍ଯ୍ୟ କଳା। ଏହା ନେତାଜୀ ସଂଗ୍ରହାଳୟରେ ପ୍ରଦର୍ଶନ ପାଇଁ ସ୍ଥାନ ପାଇବ। ୧୫ଜଣ ଶିଳ୍ପୀ ନେତାଜୀଙ୍କ ବୀରତ୍ବର କାହାଣୀ, ନେତାଜୀଙ୍କ ଆଦର୍ଶ ତଥା ବିଶେଷ ଘଟଣା ସମ୍ବନ୍ଧୀୟ ମୃଣ୍ମୟ ଭାସ୍କର୍ଯ୍ୟ ଗୁଡ଼ିକୁ ତିଆରି କରିଛନ୍ତି। କେଦାରନାଥ ବେହେରା, କୌଳାସ ଚନ୍ଦ୍ର ରଣା, ଶ୍ରୀକାନ୍ତ ବେହେରା, ରଘୁନାଥ ବେହେରା, ସିତନ ବେହେରା, ମୂରଲୀଧର ସେନାପତି, ପ୍ରମୋଦ କୁମାର ବେହେରା, ସୁବାସ ପରିଡ଼ା, ଅଭିମନ୍ୟୁ ବେହେରା, ଅଜୟ କୁମାର ବେହେରା, ଦେବେନ୍ଦ୍ର ମୁଦୁଲି, ସୁଧାକର ମୁଦୁଲି, ଲକ୍ଷ୍ମୀଧର ମୁଦୁଲି, ବସନ୍ତ ଦାସ, ରାଜେନ୍ଦ୍ର ଦାସଙ୍କ ଭଳି ରାଜ୍ୟର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ୧୨୫ତମ ଜୟନ୍ତୀ ଅବସରରେ ୫ ଲକ୍ଷ ଟଙ୍କା ବ୍ୟୟରେ ସଂଗ୍ରହାଳୟର ୪ ନମ୍ବର ଗ୍ୟାଲେରିର ବିକାଶ କରାଯାଇଛି।
ଅନ୍ୟପଟେ ସିଡିଏ ସ୍ଥିତ ଆର୍.ଆର୍. ସେଣ୍ଟର ପ୍ରାଙ୍ଗଣରେ ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ରବି ରଥଙ୍କ ନେତୃତ୍ବରେ ନେତାଜୀଙ୍କର ମାଟିର ମୂର୍ତ୍ତି ଗଢା ଯାଇଛି। ୧୨୫ଟି ଅନୁଷ୍ଠାନରେ ମୂର୍ତ୍ତି ଗଢି ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ମାତ୍ର ୧୦ରୁ ୧୫ ମିନିଟ୍ ମଧ୍ୟରେ ମାଟିର ମୂର୍ତ୍ତିକୁ ଗଢା ଯାଇଛି। ଏହି କାର୍ଯ୍ୟକ୍ରମରେ ଶିଳ୍ପୀ ପ୍ରଣବ ଅଖଣ୍ତ ଉପସ୍ଥିତ ରହି ନେତାଜୀଙ୍କ ଉପରେ ଚିତ୍ର ଆଙ୍କିଥିଲାବେଳେ ଶ୍ରୀୟା˚ଶୁ ପଣ୍ତା, ତବିସି ସିହ୍ନା, ଆଦଭିକ ପଟ୍ଟନାୟକ ନେତାଜୀଙ୍କ ପ୍ରତିକୃତି ଆଙ୍କିଥିଲେ। ପ୍ରଫେସର ସିଦ୍ଧାର୍ଥ ଭରଦ୍ବାଜ, ଶୁଭ୍ରା ରାୟ, ନମିତା ସାହୁ, ଏଲିମା ଦାଶ, ଲିପ୍ସା ନାୟକ ଓ ଜିତେନ୍ଦ୍ର ପଟ୍ଟନାୟକ ଏହି ଅବସରରେ ଉପସ୍ଥିତ ଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।