26.1 C
Bhubaneswar
September 28, 2021
EnewsOdia.Com
ନ୍ୟୁଜ୍

ଆଜି ନୀଳକନ୍ଦରକୁ ବିଜେ କରିବେ ବଡଠାକୁର

ସରିଲା ଘୋଷଯାତ୍ରା। ୧୨ ଦିନର ଏହି ଲୀଳାଖେଳା ଶେଷ ପରେ ଆଜି (ଶୁକ୍ରବାର) ଚତୁର୍ଦ୍ଧାବିଗ୍ରହ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରତ୍ନ ଦେବୀକୁ ଫେରିବେ ଠାକୁର । ଏହାସହ ପରମ୍ପରା ଅନୁସାରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଗୁରୁବାର ଶ୍ରୀକ୍ଷେତ୍ରରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ରାଘବ ଦାସ ଓ ବଡ଼ ଓଡିଆ ମଠ ପକ୍ଷରୁ ଅଧର ହାଣ୍ଡି ପ୍ରସ୍ତୁତ ହୋଇ ମଧ୍ୟାନ୍ନ ଧୂପ ପରେ ନୀତି ବଢି ଅଧର ପଣା ଭୋଗ ହୋଇଥିଲା ।

ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିଲେ ଶ୍ରୀଜଗନ୍ନାଥ । ତେବେ ମହାପ୍ରଭୁଙ୍କ ଆସିବାରେ ବିଳମ୍ବ ହେବାରୁ ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ଅଭିମୂଖେ ଯାଇଥିଲେ । ପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ଭାଙ୍ଗି ଫେରିଥିଲେ ଠାକୁରାଣୀ । ତେଣୁ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କ ମାନ ଭାଙ୍ଗିବାକୁ ଶ୍ରୀଜଗନ୍ନାଥ ରସଗୋଲା ସାଥିରେ ଆଣିଛନ୍ତି । ପତି-ପତ୍ନୀଙ୍କ ଏହି ମଧୂର ସମ୍ପର୍କକୁ ଶେଷ ଦିନରେ ପ୍ରତିପାଦନ କରିବେ ମହାପ୍ରଭୁ । ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ନୀଳାଦ୍ରିନାଥ ।

ପଢନ୍ତୁ: ଆଜିଠୁ ୨ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Related posts

ଆରପାରିରେ ‘ବାଳିକା ବଧୂ’ର ଦାଦି ସା

Ratnamani Maharana

ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

Ratnamani Maharana

ଅଦ୍ଭୁତ ସମସ୍ୟାରେ କଲବଲ ହେଉଛି ନାବାଳକ, ଅଦୃଶ୍ୟ ଭାବେ ଶରୀରରେ ଲାଗିଯାଉଛି ବିଷ୍ଠା!

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More