Loading...

ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।

୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ। ଉନବିଂଶ ଶତାବ୍ଦିର ଶେଷ ଭାଗରେ ଯେତେବେଳେ ସାରା ଦେଶରେ ବିଟ୍ରିଶ୍ ବିରୋଧୀ ଆନ୍ଦୋଳନ ଜୋର ଧରିଥିଲା ଓଡ଼ିଶାର ସ୍ବାଧୀନ ଚେତା ବ୍ୟକ୍ତିବିଶେଷ ମଧ୍ୟ ସାମିଲହୋଇଥିଲେ ସେହି ଧାରାରେ।

ବାଲୁକା ଚିତ୍ର କଳା ମାଧ୍ୟମରେ ଦେଶ ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ଏହି ବାଲୁକା ଚିତ୍ର କଳାକୁ ନିର୍ମାଣ କରିଛନ୍ତି ସୁଦର୍ଶନ । ଏହି ବାଲୁକା ଚିତ୍ର କଳାରେ ଶ୍ରୀମନ୍ଦିର, କୋଣାର୍କ, ହକି ଷ୍ଟାଡିୟମ୍, ଅଲିଭ ରିଡଲେ କଇଁଛ, ସମ୍ବଲପୁରୀ ବସ୍ତ୍ର ଭଳି ଓଡ଼ିଆର ପ୍ରସିଦ୍ଧ କଳା, କୀର୍ତ୍ତିରାଜିକୁ ସ୍ଥାନ ଦିଆଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.